୪ରେ ଖୋଲିବ ରତ୍ନ ଭଣ୍ଡାର

0
957
Puri-Jagannath-Temple
Puri-Jagannath-Temple
କଟକ : ଏପ୍ରିଲ୍‌ ୪ରେ ରତ୍ନଭଣ୍ଡାର ଖୋଲାଯିବ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି ।   କେଉଁମାନେ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିବେ ଏବଂ ଏଥିପାଇଁ କି ଗାଇଡ଼୍‌ଲାଇନ୍‌ ରହିବ ଏହାର ନିଷ୍ପତ୍ତି ମନ୍ଦିର ପ୍ରଶାସନ ନେବ ବୋଲି ହାଇକୋର୍ଟ କହିଛନ୍ତି ।
 ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଲାଗି ରହିଥିବା ତର୍କ ବିତର୍କର ଅବସାନ ଘଟିଛି । ରାଜ୍ୟ ସରକାର ଓ ଛତିଶା ନିଯୋଗ ପକ୍ଷରୁ ଅନୁମତି ମିଳିବା ପରେ ଆସନ୍ତା ଏପ୍ରିଲ୍‌ ୪ରେ ରତ୍ନଭଣ୍ଡାର ଖୋଲାଯିବ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି ।  ଶ୍ରୀମନ୍ଦିର ଜଗମୋହନ ମରାମତି ସଂପର୍କିତ ମାମଲାରେ ଆଜି ହାଇକୋର୍ଟ ଶୁଣାଣୀ କରିଥିଲେ । ଜଗମୋହନ ମରାମତି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତ୍ୟାପାଠ ଦାଖଲ କରାଯାଇଛି । ଆସନ୍ତା ୪ ତାରିଖରେ ରତ୍ନଭଣ୍ଡାର ଖୋଲାଯିବ ଏବଂ ଯାଂଚ କରାଯିବ । କେଉଁମାନେ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିବେ ଏବଂ ଏଥିପାଇଁ କି ଗାଇଡ଼୍‌ଲାଇନ୍‌ ରହିବ ଏହାର ନିଷ୍ପତ୍ତି ମନ୍ଦିର ପ୍ରଶାସନ ନେବ ବୋଲି ହାଇକୋର୍ଟ କହିଛନ୍ତି । ଯାଂଚ ପରେ କେବେ ଏବଂ କିପରି ରତ୍ନଭଣ୍ଡାର ମରାମତି କରାଯିବ ସେ ନେଇ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବ ଏବଂ ହାଇକୋର୍ଟଙ୍କୁ ରିପୋର୍ଟ ଦିଆଯିବ । ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ୫ ତାରିଖରେ ଶୁଣାଣୀ କରାଯିବ ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଫେବୃୟାରୀ ୨୬ ଓ ୨୭ ରତ୍ନ ଭଣ୍ଡାର ଖୋଲି ଯାଂଚ କରିବାକୁ ପୂର୍ବରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହାକୁ ସେବାୟତଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । ଫଳରେ ନିର୍ଦ୍ଧାରିତ ଦିନରେ ଭଣ୍ଡାର ଯାଂଚ ହୋଇପାରି ନଥିଲା । ପରେ ରାଜ୍ୟ ସରକାର ଓ ଛତିଶା ନିଯୋଗର ଅନୁମତି ପରେ ରତ୍ନ ଭଣ୍ଡାର ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଭଣ୍ଡାର ଯାଂଚ ବେଳେ ଷ୍ଟାଣ୍ଡାର୍ଡ଼ ଅପରେଟିଂ ପ୍ରୋସିଡ଼ିୟୋର ପାଳନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।