ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କ କହିବାନୁସାରେ, “ପୂର୍ବ ମନୋନୀତ ସଦସ୍ୟମାନେ ରତ୍ନଭଣ୍ଡାର ଛାତ ଓ କାନ୍ଥ ଯାଞ୍ଚ କରିବେ। ଏହି ଯାଞ୍ଚ ସମୟରେ ସାଧାରଣ ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ମୋନନୀତ ସଦସ୍ୟମାନେ (ଏସଓପି) ନିୟମ କଡ଼ାକଡି ରୂପେ ପାଳନ କରବାକୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାଞ୍ଚ ସରିବା ପରେ ଯାଞ୍ଚକାରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବେ”।
ସୂଚନାଯୋଗ୍ୟ, ରତ୍ନଭଣ୍ଡାର ଭିତରକୁ ସର୍ବମୋଟ ୧୦ଜଣ ପ୍ରବେଶ କରିବା କରିବେ। ସେମାନଙ୍କ ମଧ୍ୟରେ ରହିଛନ୍ତି ଗଜପତି ମହାରାଜ, ପାଟ୍ଟଜୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢଉ କରଣ, ଦେଉଳ କରଣ, ଏଏସଆଇର ଦୁଇ ଜଣ ଯନ୍ତ୍ରୀ, ଏଏସଆଇ କୋର କମିଟିର ଦୁଇଜଣ ସଦସ୍ୟ। ଏଏସଆଇ କୋର କମିଟି ସଦସ୍ୟଙ୍କ ମଧ୍ୟରେ ରହିଛନ୍ତି ଜିସି ମିତ୍ର ଓ ଏନ୍ ପାଲ ଏବଂ ହାଇକୋର୍ଟ ପକ୍ଷରୁ ଯିବେ ଜଷ୍ଟିସ୍ ଏନ କେ ମହାନ୍ତି ।
ରତ୍ନଭଣ୍ଡାର ପ୍ରବେଶ ପୂର୍ବରୁ ଏବଂ ପରେ ସମସ୍ତ ସଦସ୍ୟଙ୍କୁ ଯାଞ୍ଚ କରାଯିବ । ବହୁ ଦିନ ବ୍ୟବଧାନ ପରେ ରତ୍ନଭଣ୍ଡାର ଖୋଲା ଯାଉଥିବାରୁ ଭିତରକୁ ଅମ୍ଳଜାନ ନେବା ପାଇଁ ବାବସ୍ଥା କରାଯିବ। ଯାଞ୍ଚ କରି ଫେରିବା ଦିନ ସଦସ୍ୟ ମାନେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ଦେବେ ।