୪ ଦିନିଆ ହରିରାଜପୁର ପଂଚୁଦୋଳ ମେଳଣ ଆରମ୍ଭ

0
833

ଜଟଣୀ : ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଂଚୁଦୋଳ ମେଳଣର ଜମାଣ ଉତ୍ସବ ଆରମ୍ଭ ହୋଇଛି । ଏହା ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ । ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଉପସ୍ଥିତ ରହି ବିମାନରେ ବିଜେ କରିଥିବା ୭୭ ଦେବ ବିଗ୍ରହଙ୍କୁ ଏକାଠି ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛନ୍ତି । ଗତ ରାତିରେ ମେଳଣର ସ୍ଥାନାଧିପତି ପଶ୍ଚିମାଶମ୍ବୁ ସୋମନାଥ ଦେବ ଏକ ଶୋଭାଯାତ୍ରାରେ ମେଳଣ ପଡ଼ିଆକୁ ଆସିଥିଲେ । ପରେ ପରେ ଅନ୍ୟ ୪ଟି ରାଜ ପ୍ରତିଷ୍ଠିତ ଦେବ ବିଗ୍ରହ ବୁଢାପଡ଼ାର ସୋମନାଥ ଦେବ, କୁସୁମାଟି ଛଣଘରର ଗତିଶ୍ୱର ଦେବ, ଭଁସରର ନୀଳକଣ୍ଠେଶ୍ୱର ଓ କନ୍ତିଆର ବାଲୁକେଶ୍ୱର ଦେବ ବିଜେ ହୋଇଥିଲେ । ଆତସବାଜିରେ ମେଳଣ ପଡ଼ିଆ ଆଲୋକିତ ହୋଇଉଠିଥିଲା । ଘୋଡ଼ା ନାଚ, ପାଇକନୃତ୍ୟ, ଚଢେୟାନୃତ୍ୟରେ ସାରା ପରିବେଶ ଆଧ୍ୟାତ୍ମିକମୟ ହୋଇଉଠିଥିଲା ।