ଷ୍ଟକହୋମ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଦିନିଆ ଗସ୍ତରେ ସୋମବାର ସ୍ୱୀଡେନରେ ପହଞ୍ଚିଛନ୍ତି । ଏଠାରେ ପହଞ୍ଚିବା ପରେ ମୋଦୀଙ୍କ ସ୍ୱୀଡେନ ସମକକ୍ଷ ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏହି ଗସ୍ତ କାଳରେ ବ୍ୟବସାୟ ଓ ପୁଞ୍ଜି ନିବେଶ ବ୍ୟତୀତ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ପର୍କରେ ଦ୍ୱୀପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।
ମୋଦି ବିଳମ୍ବିତ ରାତିରେ ଷ୍ଟକହୋମ ପହଞ୍ଚିଛନ୍ତି । ଏଠାରେ ପହଞ୍ଚିବା ପରେ ସେ ଭାରତୀୟ ବଂଶୋଭବଙ୍କୁ ଭେଟିଛନ୍ତି । ଏଠାରେ ରହୁଥିବା ପ୍ରବାସୀ ଭାରତୀୟମାନେ ମୋଦିଙ୍କ ଜୋରଦାର ସ୍ୱାଗତ କରିଛନ୍ତି । ମୋଦି ପହଞ୍ଚିବା ପୂର୍ବରୁ ଶହ ଶହ ଭାରତୀୟ ତାଙ୍କ ଅପେକ୍ଷାରେ ଥିଲେ । ଅନ୍ୟପକ୍ଷରେ ମୋଦି ମଧ୍ୟ ଅପେକ୍ଷାତର ପ୍ରବାସୀ ଭାରତୀୟଙ୍କୁ ସମୟ ଦେଇଥିଲେ । ସେ ଅପକ୍ଷୋରତ ଲୋକଙ୍କ ସହିତ ହାତ ମିଳାଇଥିଲେ । ମୋଦିଙ୍କୁ ନେଇ ଲୋକେ ବହୁତ ଉତ୍ସାହିତ ଥିବାର ଦୃଶ୍ୟ ଦେଖାଯାଉଥିଲା । ପିଲା ଠାରୁ ଆରମ୍ଭ କରି ଯୁବକ, ମହିଳା ଓ ସର୍ବେପରି ବରିଷ୍ଠ ନାଗରିକମାନେ ମଧ୍ୟ ମୋଦିଙ୍କ ଫଟୋ ଓ ଭିଡିଓ ଉତ୍ତୋଳନ କରୁଥିଲେ ।