୫ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ : ୨ ନାବାଳକ ଅଟକ

0
869
Child raped
Child raped
ଜଗତସିଂହପୁର : ପୁଣି  ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ।  ଜଗତସିଂହପୁର ଜିଲ୍ଲାରେ  ଏହିଭଳି ଏକ ଘଟଣାର ପୁନରାବୃତି ହୋଇଛି। ପୋଲିସ ଏହି ଘଟଣାରେ ଦୁଇ ନାବାଳକଙ୍କୁ ଥାନାରେ ଅଟକ ରଖିଛି।
 ଦେଶରେ ନାବାଳିକା ଦୁଷ୍କର୍ମ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ସମାନ ଘଟଣା ପରିଲିକ୍ଷିତ ହେଉଛି। ନାବାଳିକାଙ୍କୁ ଦୁଷ୍କର୍ମ ପାଇଁ ନିୟମ କଡାକଡି କରାଯାଇଥିଲେ ମଧ୍ୟ ସ୍ଥିତିରେ କୌଣସି ସୁଧାର ଆସି ନାହିଁ। ବାରମ୍ବାର ଏହି ହୃଦୟ ବିଦାରକ ଘଟଣା ଘଟୁଥିବା ଦେଖାଯାଉଛି। ଜଗତସିଂହପୁର ଜିଲ୍ଲାରେ ପୁଣି ଏହିଭଳି ଏକ ଘଟଣାର ପୁନରାବୃତି ହୋଇଛି। ଜଣେ ୫ ବର୍ଷର ନାବାଳିକାକୁ ଦୁଇଜଣ ନାବାଳକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତକାଲି ସ୍କୁଲ ଛୁଟି ଘୋଷଣା ପରେ ନାବାଳକ ଦ୍ୱୟ ନାବାଳିକାକୁ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ପୀଡିତା ନାବାଳିକାର ମା ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାରେ ଦୁଇ ନାବାଳକଙ୍କୁ ଥାନାରେ ଅଟକ ରଖିଛି। ସେମାନଙ୍କ ବୟସ ଯଥାକ୍ରମେ ୧୧ ଓ ୧୩ ବର୍ଷ ହୋଇଥିବା ସୂଚନା ମିଳିଛି । ପୀଡିତା ଓ ଅଭିଯୁକ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମାଇନା କରିବାକୁ ପଠାଯାଇଥିବା ବେଳେ ପୋଲିସ ତଦନ୍ତ ପ୍ରକ୍ରିୟା ଜାରି ରଖିଛି।