୬୦ ରୁଷ କୂଟନୈତିଜ୍ଞଙ୍କୁ ବହିଷ୍କାର କଲା ଆମେରିକା

0
1043
trump
trump

ଓ୍ଵାଶିଂଟନ :  ରୁଷ ଉପରେ ବଡ କାର୍ଯ୍ୟାନୁଷ୍ଠାନ ନେଇ ୬୦ ରୁଷୀ କୂଟନୈତିଜ୍ଞଙ୍କୁ ଦେଶରୁ ବହିଷ୍କାର କରିଛି  ଆମେରିକା ।   ୟୁରୋପୀୟ ଦେଶ ମଧ୍ୟ ରୁଷ୍ କୂଟନୈତିଜ୍ଞଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନେବାର କଥା କହିଛନ୍ତି।

ଗୁପ୍ତଚର ସର୍ଗେଇ ସ୍କ୍ରିପଲଙ୍କୁ ରସାୟନ ପ୍ରୟୋଗ କରି ହତ୍ୟା କରିବା ମାମଲାରେ ରୁଷ ବିରୋଧରେ ଆମେରିକା ସମେତ ଦୁନିଆର ଅନେକ ବଡ ବଡ ଦେଶ ଅସନ୍ତୁଷ୍ଟ ଅଛନ୍ତି। ଏହି କ୍ରମରେ ଟ୍ରମ୍ପ ପ୍ରଶାସନ ସୋମବାର ରୁଷ ଉପରେ ବଡ କାର୍ଯ୍ୟାନୁଷ୍ଠାନ ନେଇ ୬୦ ରୁଷୀ କୂଟନୈତିଜ୍ଞଙ୍କୁ ଦେଶରୁ ବହିଷ୍କାରକରିଛି ଏବଂ ସିଆଟେଲ ସ୍ଥିତ ରୁଷ ଦୂତାବାସକୁ ବନ୍ଦ କରିବାର ଆଦେଶ ମଧ୍ୟ ଦେଇଛନ୍ତି। ଆମେରିକା ଓ ୟୁରୋପୀୟ ଦେଶ ରୁଷକୁ ଉଚିତ୍ ଶିକ୍ଷା ଦେବା ପାଇଁ ଏହି ପଦକ୍ଷେପ ଉଠାଇ ଥିବା କୁହାଯାଉଛି।  ଅନ୍ୟ ପଟେ  ୟୁରୋପୀୟନ ଦେଶ ଜର୍ମାନୀ, ପୋଲାଣ୍ଡ, ଫ୍ରାନ୍ସ, ୟୁକ୍ରେନ ଓ ଲାଟଭିଆ ରୁଷ କୂଟନୈତିଜ୍ଞଙ୍କୁ ମଧ୍ୟ ବାହାରର ରାସ୍ତା ଦେଖାଇଛନ୍ତି। ଏହି ମାମଲାରେ ଅନ୍ୟ ୟୁରୋପୀୟ ଦେଶ ମଧ୍ୟ ରୁଷ୍ କୂଟନୈତିଜ୍ଞଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନେବାର କଥା କହିଛନ୍ତି। ଉଲ୍ଲେଖଯୋଗ୍ୟ ୟୁରୋପୀୟ ୟୁନିୟନର ନେତା ଗତ ସପ୍ତାହରେ  ଏହି କଥାକୁ ନେଇ ସହମତ ହୋଇଥିଲେ ଯେ  ଦକ୍ଷିଣ ଇଂଲଣ୍ଡରେ  ପୂର୍ବତନ ରୁଷ ଗୁପ୍ତଚର ସର୍ଗେଇ ସ୍କ୍ରିପଲ ଓ ତାଙ୍କ ଝିଅ ୟୁଲିଆଙ୍କୁ  ନର୍ଭ ଏଜେଣ୍ଟ  ଜରିଆରେ ଆକ୍ରମଣ କରାଯାଇ ଥିବା  ପଛରେ ରୁଷର ହାତ ରହିଛି।  ଏହା ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ବ୍ରିଟେନ ଓ ନିଜର ସହଯୋଗୀ ଦେଶର ଏହି ଅଭିଯୋଗକୁ ଖଣ୍ଡନ କରି ଅଭିଯୋଗରେ କୌଣସି ସତ୍ୟତା ନଥିବା କହିଥିଲେ।  ସେ କହିଥିଲେ ଯେ ମାର୍ଚ୍ଚ ୪ରେ ସ୍କ୍ରିପଲ(୬୬) ଓ ତାଙ୍କ ଝିଅ ୟୁଲିଆ(୩୩) ଉପରେ ବ୍ରିଟେନର ସେଲିସବରୀରେ ହୋଇଥିବା ରସାୟନ ଆକ୍ରମଣ ପଛରେ ରୁଷର ହାତ ନାହିଁ।

ଉଲ୍ଲେଖଯୋଗ୍ୟ ରୁଷର ଅବସରପ୍ରାପ୍ତ ସୈନ୍ୟ ଗୁଇନ୍ଦା ଅଧିକାରୀ ସ୍କ୍ରିପଲଙ୍କୁ ବ୍ରିଟେନ ପାଇଁ ଗୁପ୍ତଚର କାମ କରିବା ଅଭିଯୋଗରେ ରୁଷ ୨୦୦୬ରେ ତାଙ୍କୁ ୧୩ ବର୍ଷର ଜେଲ ଦଣ୍ଡ ଶୁଣାଇଥିଲା। ମାତ୍ର ପରେ ତାଙ୍କୁ କ୍ଷମା କରାଯାଇଥିଲା। ଏହା ପରେ ସ୍କ୍ରିପଲଙ୍କୁ ବ୍ରିଟେନ ନାଗରିକତା ପ୍ରଦାନ କରିଥିଲା। ସେ ସେବେଠୁ ବ୍ରିଟେନରେ ରହି ଆସୁଥିଲେ।