୭ଟି ଜିଲ୍ଲାକୁ କାଳବୈଶାଖୀ

0
776
thunderstorm
thunderstorm
ଭୁବନେଶ୍ୱର :  ରାଜ୍ୟର ୭ଟି ଜିଲ୍ଲାରେ ସମ୍ଭାବ୍ୟ କାଳବୈଶାଖୀ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ସହ ପବନର ବେଗ ମଧ୍ୟ ଅଧିକ ରହିବ ବୋଲି ପାଣିପାଗ ବିଭାଗ କହିଛି  ।
 ଆଜିର ପ୍ରଚଣ୍ଡ ରୌଦ୍ର ତାପକୁ ହାଲକା କରିପାରେ କାଳବୈଶାଖୀ । ଅପରାହ୍ନରେ ରାଜ୍ୟର ୭ଟି ଜିଲ୍ଲାରେ ସମ୍ଭାବ୍ୟ କାଳବୈଶାଖୀ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ସହ ପବନର ବେଗ ମଧ୍ୟ ଅଧିକ ରହିବ ବୋଲି ପାଣିପାଗ ବିଭାଗ କହିଛି  । ଏହା ସହ ବଜ୍ରପାତର ଆଶଙ୍କା ଥିବା ମଧ୍ୟ ଲୋକଙ୍କୁ କହିଛି ପାଣିପାଗ ବିଭାଗ ।  ସତର୍କ ସୂଚନା ଜାରି କରାଯାଇଥିବା ଜିଲ୍ଲା ମାନଙ୍କ ମଧ୍ୟରେ ନୂଆପଡା, ବଲାଙ୍ଗିର, କନ୍ଧମାଳ, ରାୟଗଡା, ଗଜପତି, ଗଂଜାମ ଏବଂ ନୟାଗଡ ରହିଛନ୍ତି । ଏହି ସବୁ ଜିଲ୍ଲାରେ ଲୋକମାନଙ୍କୁ ସନ୍ଧ୍ୟା ୭ଟା ୧୫ ପର୍ୟ୍ୟନ୍ତ ସତର୍କ ରହିବାକୁ ଆଂଚଳିକ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।