୯ ଯାଏ କାଳବୈଶାଖୀ : କମିବ ତାତି

0
887
Rainfall
Rainfall

ଭୁୁବନେଶ୍ୱର : ଏପ୍ରିଲ ୯ ପର୍ଯ୍ୟନ୍ତ କାଳବୈଶାଖୀ ଜାରି ରହିବା ସମ୍ଭାବନା ରହିଛି । ତାପମାତ୍ରା ସ୍ୱାଭାବିକ ଠାରୁ କମ୍ ରହିବ ।

ରାଜ୍ୟରେ ଆଗାମୀ ଏପ୍ରିଲ ୯ ପର୍ଯ୍ୟନ୍ତ କାଳବୈଶାଖୀ ଜାରି ରହିବା ସମ୍ଭାବନା ରହିଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ତାପମାତ୍ରା ସ୍ୱାଭାବିକ ଠାରୁ କମ୍ ରହିବ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ମଙ୍ଗଳବାର ତାପମାତ୍ରା ହ୍ରାସ ଦେଖାଯାଇଛି । ଭୁବନେଶ୍ୱର, କଟକ, ଦାରିଙ୍ଗବାଡ଼ି, ଗଞ୍ଜାମର କେତେକ ସ୍ଥାନରେ ହାଲକା ବର୍ଷା ହୋଇଛି । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଜିଲ୍ଲାର କିଛି ସ୍ଥାନରେ ବୁଧବାର ସାମାନ୍ୟ ବର୍ଷା ହୋଇପାରେ । ଏହି ସମୟରେ ଗୋଟିଏ ବା ଦୁଇଟି ସ୍ଥାନରେ ବର୍ଷା ସହିତ ୫୦ରୁ ୬୦ କି.ମି ବେଗରେ ପବନ ବହିପାରେ । ଏପ୍ରିଲ ୧୦ ବେଳକୁ ପାଗରେ ପରିବର୍ତ୍ତନ ଆସିପାରେ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ବିଗତ ୨ ଦିନ ହେଲା ରାଜଧାନୀରେ ସନ୍ଧ୍ୟାରେ ବର୍ଷା ହେଉଛି । ସୋମବାର ସନ୍ଧ୍ୟାରୁ ରାତିସାରା ଝିପିବର୍ଷା ଲାଗି ରହିଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ମଧ୍ୟ ପବନ ସହିତ କୁଆପଥର ବର୍ଷା ହୋଇଛି । ଅଳ୍ପ ସମୟ ପାଇଁ ହୋଇଥିଲେ ମଧ୍ୟ ଏଥିରେ ବହୁ କ୍ଷୟକ୍ଷତି ଘଟିଛି । ଭୁବନେଶ୍ୱରରେ ୧୦ରୁ ଅଧିକ ଗାଡ଼ିର କାଚ ଭାଙ୍ଗି ଯାଇଥିବା ବେଳେ ଭୁବନେଶ୍ୱର-କଟକ ରାଜପଥରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।