ୱେବସାଇଟରୁ ମିଳିବ ଜବତ ସାମଗ୍ରୀର ସୂଚନା

0
724
commissionerate police bbsr n ctc website
commissionerate police bbsr n ctc website

ଭୁବନେଶ୍ୱର : ଖୁବ୍‌ ଶୀଘ୍ର ଜବତ ହୋଇଥିବା ଚୋରା ବାଇକ୍‌ ଓ ମୋବାଇଲ୍‌ ଫୋନ୍‌ର ତାଲିକା କମିସନରେଟ୍‌ ପୁଲିସର ଓ୍ଵବସାଇଟ୍‌ରେ ରହିବ। ସେହି ଓ୍ଵବସାଇଟରୁ ତଥ୍ୟ ଦେଖି ଚୋରି ଯାଇଥିବା ବ୍ୟକ୍ତି ବିଶେଷମାନେ ଉପଯୁକ୍ତ କାଗଜପତ୍ର ଦେଖାଇ, ଥାନା ସହିତ ଯୋଗାଯୋଗ କରି ନିଜ ବାଇକ୍‌ ଓ ମୋବାଇଲ୍‌ ଫୋନ୍‌ ନେଇ ପାରିବେ। ଏଭଳି ସୂଚନା ଦେଇଛନ୍ତି ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ।
ଚୋରି ଯାଇଥିବା ବାଇକ୍‌ ଓ ମୋବାଇଲ ଫୋନ୍‌ର ସନ୍ଧାନ ପାଇବା ପାଇଁ ଆଉ ଥାନାକୁ ଥାନା ଦୌଡ଼ିବାକୁ ପଡ଼ିବ ନାହିଁ। ପୁଲିସ କମିସନର ଖୁରାନିଆଙ୍କ ସୂଚନା ଅନୁଯାୟୀ, ଦିନକୁ ଦିନ କମିସନରେଟ୍‌ ପୁଲିସ ଅଧୀନରେ ବାଇକ୍‌ ଓ ମୋବାଇଲ୍‌ ଫୋନ୍‌ ଚୋରି ବଢ଼ି ଚାଲିଛି। ସେହି ଅନୁପାତରେ ପୁଲିସ ମଧ୍ୟ ଚୋରା ବାଇକ୍‌ ଓ ମୋବାଇଲ ଫୋନ୍‌ ଜବତ କରି ଚାଲିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ବାଇକ୍‌ ଓ ମୋବାଇଲ୍‌ ଫୋନ୍‌କୁ କମିସନରେଟ ପୁଲିସ ଜବତ କରୁଛି। କିନ୍ତୁ ମାଲିକାନା ନେଇ ତଥ୍ୟ ଠିକ୍‌ରେ ମିଳୁ ନ ଥିବାରୁ ବାଇକ୍‌ ଓ ମୋବାଇଲ୍‌ ଫୋନ୍‌ ଫେରା ଯାଇ ପାରୁନାହିଁ।
ଗତ କିଛି ଦିନ ତଳେ କମିସନରେଟ ପୁଲିସ ପକ୍ଷରୁ ଜବତ ଜିନିଷପତ୍ରକୁ ମେଳା ମାଧ୍ୟମରେ ଫେରାଯିବା କାର୍ୟ୍ୟକ୍ରମ ଆରମ୍ଭ ହୋଇଛି। କିନ୍ତୁ ସେଥିରେ ଏତେଟା ସଫଳ ମିଳୁନାହିଁ। ତେଣୁ କମିସନରେଟ ପୁଲିସ ପକ୍ଷରୁ ଯୋଜନା ହୋଇଛି, ଜବତ ଚୋରା ବାଇକ୍‌ ଓ ମୋବାଇଲ୍‌ ଫୋନ୍‌ର ତାଲିକାକୁ କମିସନରେଟ ପୁଲିସର ଓ୍ଵବସାଇଟ୍‌ ‘ଭୁବନେଶ୍ୱର-କଟକ ପୋଲିସ ଡଟ୍‌ ଇନ୍‌’ରେ ପ୍ରଦାନ କରାଯିବ। ଏହି େଓ୍ଵବସାଇଟ୍‌କୁ ଯାଇ ଜଣେ ନିଜର ଚୋରି ହୋଇଥିବା ବାଇକ୍‌ କିମ୍ବା ମୋବାଇଲ୍‌ ସମ୍ପର୍କରେ ସମସ୍ତ ତଥ୍ୟ ପାଇ ପାରିବ। କେଉଁ ଥାନା ପୁଲିସ ଜବତ କରିଛି ତାହା ମଧ୍ୟ ସେମାନେ ଓ୍ଵବସାଇଟ୍‌ରୁ ଜାଣି ପାରିବେ। ପରେ ଥାନାକୁ ଯାଇ ବାଇକ୍‌ ଓ ମୋବାଇଲ୍‌ ଫୋନ୍‌ ଉପଯୁକ୍ତ କାଗଜପତ୍ର ଦେଖାଇ ଆଣି ପାରିବେ ବୋଲି ପୁଲିସ କମିସନର ଖୁରାନିଆ କହିଛନ୍ତି।