ଭୁବନେଶ୍ୱର : ପୁନର୍ବାର ଦୂତିଙ୍କୁ ଦେଢ କୋଟି ଟଙ୍କା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏଥିସହ ଦୂତିଙ୍କ ଅଲମ୍ପିକ ପ୍ରସ୍ତୁତି ସମସ୍ତ ଖର୍ଚ୍ଚ ସରକାର ବହନ କରବେ।
ଏସୀୟ କ୍ରୀଡାରେ ଦୁଇ ଦୁଇ ଥର ରୌପ୍ୟ ବିଜୟୀ ଓଡ଼ିଆ ଝିଅ ଦୂତିଙ୍କ ପାଇଁ ପୁଣି ଥରେ ପୁରସ୍କାର ଘୋଷଣା କରିଛନ୍ତି ରାଜ୍ୟ ସରକାର। ଜାକାର୍ତ୍ତାରେ ଅନୁଷ୍ଠିତ ଏସୀୟ କ୍ରୀଡାରେ ପୂର୍ବରୁ ୧୦୦ ମିଟର ଦୌଡ ମହିଳା ବର୍ଗରେ ଦୂତି ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ଜିତିଥିଲେ। ଏଥିପାଇଁ ପ୍ରଥମେ ରାଜ୍ୟ ସରକାର ତାଙ୍କୁ ଦେଢ କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲେ ।
ଗତକାଲି ମଧ୍ୟ ୨୦୦ ମିଟର ମହିଳା ବର୍ଗରେ ଫାଇନାଲରେ ଦୂତି ଭାରତ ପାଇଁ ରୌପ୍ୟ ପଦକ ଆଣିଥିଲେ। ଫଳରେ ପୁରସ୍କାର ସ୍ୱରୂପ ରାଜ୍ୟ ସରକାର ଆଜି ପୁଣି ଦୂତିଙ୍କୁ ଦେଢ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏହିଭଳି ଦୈଡରାଣୀ ଦୂତିଙ୍କୁ ମୋଟ ୩ କୋଟି ଟଙ୍କା ରାଜ୍ୟ ସରକାର ଦେବେ ।