୧୦ ଶିଶୁ ଶ୍ରମିକ ଉଦ୍ଧାର

0
260
child labour
child labour

ଭୁୁବନେଶ୍ୱର  : ମାଲକାନଗିରି  ଅଞ୍ଚଳରୁ ରବିବାର ୧୦ ଜଣ ଶିଶୁ ଉଦ୍ଧାର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ଝିଅ ଓ ୨ ଜଣ ପୁଅ ଅଛନ୍ତି  ।

ଆନ୍ଧ୍ରପ୍ରଦେଶ ଚାଲାଣ ବେଳେ ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳରୁ ରବିବାର ୧୦ ଜଣ ଶିଶୁ ଉଦ୍ଧାର ହୋଇଛନ୍ତି । ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଚାଇଲ୍ଡଲାଇନ ପକ୍ଷରୁ ଅଚାନକ ଚଢ଼ଉ କରାଯାଇଥିଲା । କାଲିମେଳା ଶିଶୁ ଶ୍ରମିକ ଅଧିକାରୀ କେ. ମିଶାଇଲ ରାଜୁ ଟିମ୍ ସହିତ ୧୦ ଜଣ ଶିଶୁଙ୍କୁ ଉଦ୍ଧାର କରି ସ୍ୱଧାର ଗୃହକୁ ପଠାଇଥିଲେ । ଏକ ଘରୋଇ ବସରେ ଦଲାଲ ମାଧ୍ୟମରେ ପଡ଼ିଆ ଥାନା ଅନ୍ତର୍ଗତ ପାମଗେଟା ଗ୍ରାମର ୭ ଜଣ ନାବାଳିକା ଓ ନାବାଳକ ଓ ଦୁଇଜଣ ସାବାଳକଙ୍କୁ ଆନ୍ଧ୍ର ନିଆଯାଉ ଥିଲା ।

ସଙ୍ଗେଲ ଗ୍ରାମର ଗଙ୍ଗା ନାମକ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ପିଲାମାନଙ୍କୁ ଆନ୍ଧ୍ରପ୍ରଦେଶର କରିମନଗରକୁ ଚାଲାଣ କରୁଥିଲା ବୋଲି ଜଣାପଡ଼ିଛି । ସାବାଳକ ରମେଶ କବାସୀ ଓ ରମେଶ ମାଡ଼କାମୀଙ୍କୁ ପଚରାଯିବାରୁ ସେମାନେ କହିଛନ୍ତି, ଉକ୍ତ ଦଲାଲ ମାସକୁ ୬ ହଜାର ଟଙ୍କା ଦେବ କହି ଆନ୍ଧ୍ର ନେଇ ଯାଉଥିଲା । ଚାଇଲ୍ଡଲାଇନ ପକ୍ଷରୁ ରବିବାର ସକାଳୁ ଡ୍ରେନ କାମରେ ନିୟୋଜିତ ଥିବା ୪ ଜଣ ଶିଶୁ ଶ୍ରମିକଙ୍କୁ କାଲିମେଳା ହାଟପଦା ନିଟକରୁ ଉଦ୍ଧାର କରିଥିଲା । ସେମାନଙ୍କ ମଧ୍ୟରୁ ୨ ଜଣ ଝିଅ ଓ ୨ ଜଣ ପୁଅ ଥିଲେ । ସ୍ଥାନୀୟ ଅଞ୍ଚଳର ଜଣେ ଠିକାଦାର ବୁଦୁଗୁଡ଼ା ଗ୍ରାମର ଏହି ୪ ଜଣ ଶିଶୁ ଶ୍ରମିକଙ୍କୁ କମ ମଜୁରୀ ଦେଇ କାମ କରାଉଥିଲେ ।