ଟଳିଲେ ୧୦ ନକ୍ସଲ

0
1052
10 naxals died in encounter in bijapu
10 naxals died in encounter in bijapu
ବିଜାପୁର : ଛତିଶଗଡରେ ଲାଲ୍ ବାହିନୀକୁ ଲାଗିଛି ଜୋରଦାର ଝଟକା । ପୋଲିସ ଏନକାଉଂଟରରେ ୧୦ ମାଓବାଦୀ ମୃତ୍ୟୁବରଣ କରିଛନ୍ତି ।
ଆଜି ଛତିଶଗଡ ବିଜାପୁରରେ ନକ୍ସଲମାନେ ଲୁଚିଥିବା କୌଣସୀ ସୂତ୍ରରୁ ଖବର ପାଇ ଜଙ୍ଗଲରେ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ ।  ପୋଲିସକୁ ଦେଖି ନକ୍ସଲମାନେ ପ୍ରଥମେ ଗୁଳିଚାଳନା କରିଥିଲେ । ଏହାର କଡା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ପ୍ରବଳ ଗୁଳିମାଡରେ ମାଓକ୍ୟାମ୍ପ ଛିନଛତ୍ର ହେବା ସହ କ୍ୟାଡରମାନେ ଛତ୍ରଭଙ୍ଗ ଦେଇଥିଲେ । ଏହାସହ ଏହି ଏନକାଉଂଟରରେ ୧୦ଜଣ କ୍ୟାଡର ନିହତ ହୋଇଥିବା ସୂଚନା ମିଳିଛି । ତେବେ ଘଟଣାସ୍ଥଳରୁ ପୋଲିସ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି  ।

Leave a Reply