ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୯୭ ପଂଚାୟତରେ ୧୦୦୨ଟି ପ୍ରକଳ୍ପକୁ ମଂଜୁରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡୀ ବ୍ଲକ, ବଲାଙ୍ଗୀର ଜିଲ୍ଲାର ସଂଇତଳା ବ୍ଲକ ଓ ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ ଓ କୋରାପୁଟ ଜିଲ୍ଲାର ଦଶବନ୍ତପୁର ବ୍ଲକର ଜନସାଧାରଣଙ୍କ ସହ ଆଲୋଚନା କରି ପ୍ରସ୍ତାବିତ ପ୍ରକଳ୍ପଗୁଡିକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । କୁକୁଡାଖଣ୍ଡୀ ବ୍ଲକର ୨୨ଟି ପଂଚାୟତରେ ୫.୫୦ କୋଟି ଟଙ୍କା ବ୍ୟୟରେ ୧୪୨ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବାବେଳେ ସଂଇତଳା ବ୍ଲକର୨୨ଟି ପଂଚାୟତରେ ୫.୫୦ କୋଟି ଟଙ୍କା ବ୍ୟୟରେ ୨୩୩ଟି ପ୍ରକଳ୍ପ, ଖଇରା ବ୍ଲକର ୩୭ଟି ପଂଚାୟତରେ ୯.୩୬ କୋଟି ଟଙ୍କା ବ୍ୟୟରେ ୪୪୬ଟି ପ୍ରକଳ୍ପ ଓ ଦଶବନ୍ତପୁର ବ୍ଲକର ୧୬ଟି ପଂଚାୟତରେ ୨.୯୪କୋଟି ଟଙ୍କା ବ୍ୟୟରେ ୧୮୧ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ୪ଟି ବ୍ଲକର ୯୭ଟି ପଂଚାୟତରେ ମୋଟ୧୦୦୨ଟି ପ୍ରକଳ୍ପ ପାଇଁ ୨୩.୩୦ କୋଟି ଟଙ୍କା ବ୍ୟୟ ହେବ ।
LATEST ARTICLE
People celebrate zero night for new year-2020
Bhubaneswar : In the eve of new yea 2020, people celebrate zero night at different hotels, clubs and other spots. All hotels are prepared...