ତାମିଲନାଡ଼ୁ ବେଦାନ୍ତ ଷ୍ଟେରଲାଇଟ ବିରୁଦ୍ଧରେ ପ୍ରଦର୍ଶନ : ୧୧ ମୃତ

0
430
violence in tamilnadu
violence in tamilnadu

ତୁତିକୋରିନ : ବେଦାନ୍ତର ଷ୍ଟେରଲାଇଟ କପର ୟୁନିଟକୁ ବନ୍ଦ କରିବା ଦାବି ନେଇ ମଙ୍ଗଳବାର ହୋଇଥିବା ହିଂସାତ୍ମକ ଆନ୍ଦୋଳନରେ ଟଳି ପଡିଛି ୧୧ ଜଣଙ୍କ ଜୀବନ। ହୋଇଥିଲା।

ଗତ ଏକ ମାସ  ହେବ  ବେଦାନ୍ତର ଷ୍ଟେରଲାଇଟ କପର ୟୁନିଟକୁ ବନ୍ଦ କରିବା ଦାବି ନେଇ ହେଉଥିବା ବିରୋଧ ପ୍ରଦର୍ଶନ ମଙ୍ଗଳବାର ହିଂସାତ୍ମକ ହୋଇଥିଲା।  ପୋଲିସ ମୁତାବକ ପ୍ଲାଣ୍ଟ ଆଡକୁ ବଢୁଥିବା ପ୍ରଦର୍ଶନକାରୀକୁ ରୋକା ଯିବା କାରଣରୁ ସେମାନେ ପଥରମାଡ କରିବା ସହିତ ପୋଲିସ ଗାଡି ଭଙ୍ଗାରୁଜା କରିଥିଲେ। ଏହା ପରେ ପୋଲିସ ଉତ୍ତ୍ୟକ୍ତ ଆନ୍ଦୋଳନକାରୀକୁ ନିୟନ୍ତରଣ କରିବା ପାଇଁ ଗୁଳି ଚଳାଇଥିଲା, ଯେଉଁଥିରେ  ୯ଜଣ ଲୋକଙ୍କ ପ୍ରାଣହାନୀ ଘଟିଛି। ଏଥିରେ ପ୍ରାୟ ୨୫ ଜଣ ଆହତ ହୋଇଥିବା କୁହାଯାଉଛି। ପୋଲିସ କହିଛି ଯେ ମାଦ୍ରାସ ହାଇକୋର୍ଟର ଆଦେଶ ମୁତାବକ କମ୍ପାନୀ ପ୍ରଶାସନକୁ ସୁରକ୍ଷା ଦେବାକୁ ପ୍ଲାଣ୍ଟ ଏରିଆରେ ୧୪୪ ଧାରା ଲାଗୁ କରାଯାଇଥିଲା।  ଷ୍ଟେରଲାଇଟରୁ ହେବାକୁ ଥିବା ପ୍ରଦୂଷଣକୁ ରୋକିବା ପାଇଁ ଜାରି ଆନ୍ଦୋଳନ ମଧ୍ୟରେ ରାଲି ବାହାର କରିବାକୁ ଅନୁମତି ନମିଳିବାରୁ ପ୍ରଦର୍ଶନକାରୀ ସୁରକ୍ଷାକର୍ମୀଙ୍କୁ ଭଗାଇବାକୁ ଉଦ୍ୟମ  କରିଥିଲେ ଏବଂ ନାରାବାଜି କରିଥିଲେ। ଏହା ପରେ ପୋଲିସ ଉପରକୁ ପଥରମାଡ଼ କରିବା ସହିତ ପୋଲିସ ଗାଡ଼ି ଭଙ୍ଗାରୁଜା କରିଥିଲେ। ଏହା ପରେ ପୋଲିସ ଉତ୍ତ୍ୟକ୍ତ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ  ଲୁହାବୁହା ଗ୍ୟାସ ପ୍ରୟୋଗ କରିଥିଲା। ମାତ୍ର ଯେବେ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଗଲା ପୋଲିସକୁ ଗୁଳି ଚଳାଇବାକୁ ପଡ଼ିଥିଲା। ଏହି ଘଟଣାରେ ଉକ୍ତ କ୍ଷେତ୍ରରେ ଉତ୍ତେଜନାର ମାହୋଲ ଲାଗି ରହିଛି। ପ୍ରଦର୍ଶନକାରୀଙ୍କ ଅଭିଯୋଗ ଏହା ଯେ ସମ୍ବନ୍ଧିତ କମ୍ପାନୀ ପ୍ରଶାସନ କାରଣରୁ କ୍ଷେତ୍ରରେ ଭୂତଳ ଜଳ ପ୍ରଦୂଷିତ ହେଉଛି।  ସୂଚନା ମୁତାବକ ଏଠାରେ ଷ୍ଟେରଲାଇଟ ଶିଳ୍ପାଞ୍ଚଳକୁ ବନ୍ଦ କରିବା ପାଇଁ ଲୋକେ ୧୦୦ ଦିନରୁ ଅଧିକ ସମୟ ହେବ ପ୍ରଦର୍ଶନ କରି ଆସୁଥିଲେ।  ପ୍ରଦର୍ଶନକାରୀ ଘୋଷଣା କରିଥିଲେ ଯେ ମଙ୍ଗଳବାର ସେମାନେ ରାଲି କରିବେ ଏବଂ ଟୁଟିକୋରିନ ଜିଲ୍ଲାପାଳ ଏନ ଭେଙ୍କଟେଶଙ୍କୁ ଭେଟିବେ। ନିର୍ଦ୍ଧାରିତ ସମୟରେ ଭିଡ଼ ଜମିବାକୁ ଲାଗିଥିଲେ। ମାତ୍ର ଅଚାନକ ଏହା ହିଂସାରେ ପରିଣତ ହୋଇଥିଲା।