୧୧୮ପଂଚାୟତରେ ୧୧୦୧ଟି ପ୍ରକଳ୍ପକୁ ମଂଜୁରି

0
272
cm naveen patnaik
cm naveen patnaik

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ୧୧୮ ପଂଚାୟତରେ ୧୧୦୧ଟି ପ୍ରକଳ୍ପକୁ ମଂଜୁରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ସପ୍ତାହରେ ମୁଖ୍ୟମନ୍ତ୍ରୀ ୧୬ଟି ବ୍ଲକର ୩୯୭ଟି ପଂଚାୟତରେ ୩୯୭୨ଟି ପ୍ରକଳ୍ପ ପାଇଁ ୧୦୦.୭୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକ, ମାଲକାନଗିର ଜିଲ୍ଲାର ଖଇରପୁଟ ବ୍ଲକ, ଭଦ୍ରକ ଜିଲ୍ଲାର ତିହିଡ, ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଓ କଟକ ଜିଲ୍ଲାର ମାହାଙ୍ଗା ବ୍ଲକର ଜନସାଧାରଣଙ୍କ ସହ ଆଲୋଚନା କରି ପ୍ରସ୍ତାବିତ ପ୍ରକଳ୍ପଗୁଡିକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । କଲମପୁର ବ୍ଲକର ୧୧ଟି ପଂଚାୟତରେ ୨.୨୦ କୋଟି ଟଙ୍କା ବ୍ୟୟରେ୯୪ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବାବେଳେ ଖଇରପୁଟ ବ୍ଲକର୧୦ଟି ପଂଚାୟତରେ ୩.୪୫କୋଟି ଟଙ୍କା ବ୍ୟୟରେ ୧୨୮ଟି ପ୍ରକଳ୍ପ, ତିହିଡ ବ୍ଲକର ୩୧ଟି ପଂଚାୟତରେ ୭.୭୫କୋଟି ଟଙ୍କା ବ୍ୟୟରେ ୨୪୯ଟି, ବିଞ୍ଝାରପୁର ବ୍ଲକର ୨୯ଟି ପଂଚାୟତରେ ୭.୪୮ କୋଟି ଟଙ୍କା ବ୍ୟୟରେ ୩୪୨ଟି ପ୍ରକଳ୍ପ ଓ ମାହାଙ୍ଗା ବ୍ଲକର ୩୭ଟି ପଂଚାୟତରେ ୭.୪୦ କୋଟି ଟଙ୍କା ବ୍ୟୟରେ୨୮୮ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ୫ଟି ବ୍ଲକର ୧୧୮ଟି ପଂଚାୟତରେ ମୋଟ ୧୧୦୧ଟି ପ୍ରକଳ୍ପ ପାଇଁ ୨୮.୨୮ କୋଟି ଟଙ୍କା ବ୍ୟୟ ହେବ ।