ଆମ ଗାଁ ଆମ ବିକାଶ କାର୍ୟ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ଼ର ଭେଡେନ, କେନ୍ଦ୍ରାପଡ଼ାର ଆଳି, ଯାଜପୁରର ଦାନଗଦି ଓ ବାଲେଶ୍ୱରର ରେମୁଣା ବ୍ଲକର ଜନସାଧାରଣଙ୍କ ପାଇଁ ମୋଟ ୩୨.୬୦ କୋଟି ଟଙ୍କା ମଂଜୁର କରିଛନ୍ତି । ମୋଟ ୧୧୯୩ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଂଜୁର ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ୪ ଟି ବ୍ଲକ୍ର ୧୧୪ଟି ପଂଚାୟତ ପାଇଁ ଅର୍ଥ ମଂଜୁର କରିଛନ୍ତି । ଭେଡେନ୍ ବ୍ଲକ୍ର ୨୧ଟି ପଂଚାୟତର ୧୬୪ଟି ପ୍ରକଳ୍ପ ପାଇଁ ୫.୨୫ କୋଟି, ଆଳି ବ୍ଲକ୍ର ୩୪ଟି ପଂଚାୟତର ୩୯୮ଟି ପ୍ରକଳ୍ପ ପାଇଁ ୮.୧୧ କୋଟି, ରେମୁଣାର ୩୬ଟି ପଂଚାୟତର ୪୬୮ଟି ପ୍ରକଳ୍ପ କାର୍ୟ୍ୟ ପାଇଁ ୧୧.୨୦ କୋଟି ଓ ଦାନଗଦିର ୨୩ଟି ପଂଚାୟତ ପାଇଁ ୮.୦୪ କୋଟି ଟଙ୍କାର ୧୬୩ଟି ପ୍ରକଳ୍ପକୁ ମଂଜୁର କରିଚନ୍ତି ।
ଏହି କାର୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ । ସଚିବାଳୟରେ ଆୟୋଜିତ କାର୍ୟ୍ୟକ୍ରମରରେ ମୁଖ୍ୟ ଶାସନ ସଚିବ, ପଂଚାତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।