ଉତ୍ତର ପୂର୍ବାଞ୍ଚଳରେ ବନ୍ୟାରେ ୧୨ ମୃତ

0
246
flood in north eastern states
flood in north eastern states

ଗୌହାଟୀ : ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ  ବର୍ଷା, ବନ୍ୟା ଦ୍ୱାରା  ଏପର୍ଯ୍ୟନ୍ତ ୧୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ବନ୍ୟାରେ  ୩ଲକ୍ଷ ୮୭ ହଜାର ଲୋକ  ପ୍ରଭାବିତ ହୋଇଛନ୍ତି ।

ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକରେ ବିଗତ ଦିନରେ ମୁସଳଧାର ବର୍ଷା ହେବାରୁ ଏପର୍ଯ୍ୟନ୍ତ ୧୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଆସାମର ୭ଟି ଜିଲ୍ଲାରେ ପରିସ୍ଥିତି ଉଦବେଗଜନକ ରହିଛି । ପ୍ରାକୃତିକ ବିପର୍ଯ୍ୟୟ ବିଭାଗର ଆକଳନ ଅନୁସାରେ ବନ୍ୟାରେ ହାଜୋଇ, କର୍ବି ଆଙ୍ଗଲଙ୍ଗ ପୂର୍ବ, କର୍ବି ଆଙ୍ଗଲଙ୍ଗ ପଶ୍ଚିମ, ଗୋଲାଘାଟ, କରୀମଗଞ୍ଜ, ହାଇଲକଖଣ୍ଡି ଓ କାଚର ଜିଲ୍ଲାରେ ୩ଲକ୍ଷ ୮୭ ହଜାର ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି ।

ଆସାମର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନ ବିଭାର ରିପୋର୍ଟ ଅନୁସାରେ ହାଇଲକଖଣ୍ଡିରେ ସର୍ବାଧିକ ୨.୦୬ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଏହା ପରେ କରୀମଗଞ୍ଜରେ ପ୍ରାୟ ୧.୩୩ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭରବଳନ ଓ ବନ୍ୟା ଜନିତ ଘଟଣାରେ ଏପର୍ଯ୍ୟନ୍ତ ୩ଜଣଙ୍କ ମୃତ୍ୟୁ ହୋଇଛି । ବନ୍ଦରଖଲ ଓ ଦାମଛଡା ଷ୍ଟେନନ ମଧ୍ୟରେ ମାଟି ଧସିବା ଯୋଗୁଁ ଲାମାଡିଙ୍ଗ ବଦରପୁରକୁ ରେଳ ସେବା ବନ୍ଦ କରି ଦିଆଯାଇଛି ।

ମଣିପୁରରେ ବନ୍ୟା ଯୋଗୁଁ ୨ଟି ଜିଲ୍ଲାରେ ୧.୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏଠାରେ ବନ୍ୟସ୍ଥିତି ସୁଧୁରୁ ନଥିବାରୁ ଲୋକଙ୍କୁ ଉଦ୍ଧାର କରାଯାଉଛି । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ କହିଛି ଇମ୍ଫାଲ ଘାଟିରେ ସ୍ଥିତି ଖରାପ ରହିଛି । ଏଠାରେ ମୃତକଙ୍କ ସଂଖ୍ୟା ୬ରେ ପହଞ୍ଚିଛି ।

ରିପୋର୍ଟ ଅନୁସାରେ ମଣିପୁରରେ ବନ୍ୟା ଯୋଗୁଁ ପାଖାପାଖି ୧୨,୫୦୦ ଘର କ୍ଷତିଗ୍ରସ୍ତ ହୋଇଛି । ସେହିଭଳି ୫୨୦୦ ଲୋକ ଘର ଛାଡ଼ି ଅନ୍ୟତ୍ର ପଳାୟନ କରିଛନ୍ତି । ବନ୍ୟା ସ୍ଥିତି ନେଇ ରାଜ୍ୟପାଳ ନଜମା ହେପତୁଲା କହିଛନ୍ତି, ସେ ରାଜ୍ୟପାଳ ରିଲିଫ ଫଣ୍ଡକୁ ଗୋଟିଏ ଦିନର ଦରମା ଦେବେ । ସାମ୍ବାଦିକମାନଙ୍କୁ ସେ କହିଛନ୍ତି, ରାଜଭବନର ସମସ୍ତ କର୍ମଚାରୀ ଗୋଟିଏ ଦିନର ଦରମା ଦାନ ସ୍ୱରୂପ ଦେବାକୁ ଅପିଲ କରିଛନ୍ତି ।

ତ୍ରିପୁରାରେ ବନ୍ୟା ସ୍ଥିତି ଗୁରୁବାର ଭୟଙ୍କର ହୋଇ ଯାଇଥିଲା । ବର୍ଷା ଯୋଗୁଁ ଖୋବଇ ନଦୀର ପାଣି କିଛିଅଞ୍ଚଳରେ ପ୍ରବେଶ କରିଥିଲା । ଏହା ଦ୍ୱାର ହଜାର ସଂଖ୍ୟାରେ ଲୋକ ବାସହୀନ ହୋଇ ଯାଇଥିଲେ । ବନ୍ୟା ଯୋଗୁଁ ୩ଜଣଙ୍କର ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ କଲିଲାଶହର ସବ ଡିଭିଜନ ଗସ୍ତ କରିଛନ୍ତି । ତ୍ରିପୁରାରେ ୪ଜଣ ଓ ମଣିପୁରରେ ଜଣେ ଲୋକଙ୍କ ମୃତ୍ୟୁ ହୋଇଛି । ବନ୍ୟା ଯୋଗୁଁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । ମିଜୋରାମରେ ମଧ୍ୟ ବନ୍ୟା ଦେଖାଯାଇଛି । ଦକ୍ଷିଣ ମିଜୋରାମର ଲୁଙ୍ଗଲେଇ ଜିଲ୍ଳାରେ ବିପନ୍ନ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।