୧୨୭୬୮ କୋଟିର ଅତିରିକ୍ତ ବଜେଟକୁ ମନ୍ତ୍ରୀ ପରିଷଦର ଅନୁମୋଦନ

0
408
cm naveen
cm naveen

ଭୁବନେଶ୍ୱର : ଆସନ୍ତା ୪ ତାରିଖରୁ ବିଧାନସଭାର ମୌସୁମି ଅଧିବେଶନ ଆରମ୍ଭ ହେଉଥିବା ବେଳେ ଅତିରିକ୍ତ ବ୍ୟୟବରାଦକୁ ମନ୍ତ୍ରୀ ପରିଷଦ ଅନୁମୋଦନ କରିଛି । ପ୍ରାୟ ୧୨ ଜହାର ୭୬୮ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବରାଦ ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି ।

ଗୁରୁବାର ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଅନଷ୍ଠିତ ହୋଇଥିଲା । ବୈଠକରେ ୨୦୧୮-୧୯ ବର୍ଷ ପାଇଁ ଅତିରିକ୍ତ ବ୍ୟୟବରାଦ ଉପରେ ଆଲୋଚନା ହୋଇଥିଲା । ବୈଠକ ପରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା କହିଥିଲେ ଯେ ରାଜ୍ୟର ବିଭିନ୍ନ ଯୋଜନା ପାଇଁ ବ୍ୟୟ ବରାଦ କରାଯାଇଛି ।

ସେହିପରି କେନ୍ଦ୍ରୀୟ ପ୍ରବର୍ତିତ ଯୋଜନା ପାଇଁ ରାଜ୍ୟ ଅଂଶ ବାବଦ ଅର୍ଥ ମଧ୍ୟ ବରାଦ କରାଯାଇଛି । କଂଟିଜେନ୍ସୀ ପାଣ୍ଠି ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ଦେଇଥିବାରୁ ସେଥିପାଇଁ ମଧ୍ୟ ଅର୍ଥର ବ୍ୟବସ୍ଥା କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ବଜେଟ ଏକ ଗୁପ୍ତ ଦସ୍ତାବିଜ ହୋଥିବା ବେଳେ ସରକାରୀ ଭାବେ ଏହାର ପରିମାଣ କିଛି କୁହାଯାଇ ନାହିଁ । ମାତ୍ର ଅନ୍ୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ପ୍ରାୟ ୧୨୭୬୮ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ କରାଯାଇଥିବା ଜଣାପଡିଛି ।