୧୩୪ ପଂଚାୟତରେ ୧୩୦୩ ପ୍ରକଳ୍ପକୁ ମଂଜୁରି

0
290
cm naveen patnaik
cm naveen patnaik

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ୧୩୪ ପଂଚାୟତରେ ୧୩୦୩ଟି ପ୍ରକଳ୍ପକୁ ମଂଜୁରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬ଟି ବ୍ଲକରେ ୨୭.୫୧ କୋଟି ଟଙ୍କା ଖର୍ଚ୍ଚ ହେବ ।
କଳହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ, ପୁରୀ ଜିଲ୍ଲାର ନିମାପଡା ବ୍ଲକ, କଟକ ଜିଲ୍ଲାର କଂଟାପଡା ବ୍ଲକ, ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ବ୍ଲକ, ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଓ ଗଜପତି ଜିଲ୍ଲାର ରାୟଗଡ ବ୍ଲକର ଜନସାଧାରଣଙ୍କ ସହ ଆଲୋଚନା କରି ପ୍ରସ୍ତାବିତ ପ୍ରକଳ୍ପଗୁଡିକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ।
ଜୟପାଟଣା ବ୍ଲକର ୨୨ଟି ପଂଚାୟତରେ ୪.୨୦ କୋଟି ଟଙ୍କା ବ୍ୟୟରେ୧୯୩ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବାବେଳେ ନିମାପଡା ବ୍ଲକର ୩୧ଟି ପଂଚାୟତରେ ୬.୫୭୮କୋଟି ଟଙ୍କା ବ୍ୟୟରେ ୪୫୫ଟି ପ୍ରକଳ୍ପ, କଂଟାପଡା ବ୍ଲକର ୧୪ଟି ପଂଚାୟତରେ ୩.୭୧କୋଟି ଟଙ୍କା ବ୍ୟୟରେ ୧୭୮ଟି, ଲୋଇସିଂହା ବ୍ଲକର ୨୦ଟି ପଂଚାୟତରେ ୪ କୋଟି ଟଙ୍କା ବ୍ୟୟରେ ୧୯୯ଟି ପ୍ରକଳ୍ପ,ସାନଖେମୁଣ୍ଡ ବ୍ଲକର ୨୬ଟି ପଂଚାୟତରେ ୬.୫୦ କୋଟି ଟଙ୍କା ବ୍ୟୟରେ୧୯୪ଟି ପ୍ରକଳ୍ପ ଓ ରାୟଗଡ ବ୍ଲକର ୨୧ଟି ପଂଚାୟତରେ ୨.୫୨ କୋଟି ଟଙ୍କା ବ୍ୟୟରେ ୮୪ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଆଜିର କାର୍ଯ୍ୟକ୍ରମକୁ ମିଶାଇ ୧୨୯ଟି ବ୍ଲକର ୨୯୮୪ଟି ପଂଚାୟତରେ ୨୭୮୯୦ଟି ପ୍ରକଳ୍ପ ପାଇଁ ୪୮୪.୪୧ କୋଟି ଟଙ୍କା ମଂଜୁର ହୋଇଛି ।