୧୫୪ ପଂଚାୟତରେ ୧୩୬୫ଟି ପ୍ରକଳ୍ପକୁ ମଂଜୁରି

0
375
cm naveen patnaik
cm naveen patnaik

ଭୁବନେଶ୍ୱର  : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ  ୭ଟି ବ୍ଲକର  ୧୫୪  ପଂଚାୟତରେ ୧୩୬୫ଟି  ପ୍ରକଳ୍ପକୁ ମଂଜୁରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ, ମାଲକାନଗିର ଜିଲ୍ଲାର କାଲିମେଳା ବ୍ଲକ, ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ,ସୁନ୍ଦରଗଡ ଜିଲ୍ଲାର ନୂଆଗାଁ ବ୍ଲକ, ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ,ଢ଼େଙ୍କାନାଳ ଜିଲ୍ଲାର ପର୍ଜଙ୍ଗ ଓ ସୁନ୍ଦରଗଡ ଜିଲ୍ଲାର ବଣେଇ ବ୍ଲକର ଜନସାଧାରଣଙ୍କ ସହ ଆଲୋଚନା କରି ପ୍ରସ୍ତାବିତ ପ୍ରକଳ୍ପଗୁଡିକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ।

ସୁକିନ୍ଦା ବ୍ଲକର ୨୫ଟି ପଂଚାୟତରେ ୩.୯୧ କୋଟି ଟଙ୍କା ବ୍ୟୟରେ ୭୦ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବାବେଳେ କାଲିମେଳା ବ୍ଲକର୨୩ ଟି ପଂଚାୟତରେ ୪.୪୫କୋଟି ଟଙ୍କା ବ୍ୟୟରେ୨୯୪ଟି ପ୍ରକଳ୍ପ, ବୁଗୁଡା ବ୍ଲକର ୨୧ଟି ପଂଚାୟତରେ ୫.୨୫କୋଟି ଟଙ୍କା ବ୍ୟୟରେ ୨୦୦ଟି, ନୂଆଗାଁ ବ୍ଲକର ୨୦ଟି ପଂଚାୟତରେ ୫ କୋଟି ଟଙ୍କା ବ୍ୟୟରେ ୧୫୫ଟି ପ୍ରକଳ୍ପ ଓ ସତ୍ୟବାଦୀ ବ୍ଲକର ୨୩ଟି ପଂଚାୟତରେ ୫.୧୬ କୋଟି ଟଙ୍କା ବ୍ୟୟରେ୨୯୦ଟି ପ୍ରକଳ୍ପ, ପର୍ଜଙ୍ଗ ବ୍ଲକର ୨୯ଟି ପଂଚାୟତରେ ୫.୭୧ କୋଟି ଟଙ୍କା ବ୍ୟୟରେ୨୪୦ଟି ପ୍ରକଳ୍ପ ଓ ବଣେଇ ବ୍ଲକର ୧୩ଟି ପଂଚାୟତରେ ୨.୦୬ କୋଟି ଟଙ୍କା ବ୍ୟୟରେ୧୫୪ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ୭ଟି ବ୍ଲକର ୧୫୪ ଟି ପଂଚାୟତରେ ମୋଟ ୧୩୬୫ଟି ପ୍ରକଳ୍ପ ପାଇଁ ୩୧.୫୪ କୋଟି ଟଙ୍କା ବ୍ୟୟ ହେବ ।