୧୬ ଦାଦନ ଶ୍ରମିକ ଉଦ୍ଧାର

0
505
labour migration
labour migration
ନବରଂଗପୁର : ନବରଂଗପୁର ଜିଲ୍ଲା ବସଷ୍ଟାଂଡରୁ ୧୬ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ବିଶାଖାପାଟଣା ଚାଲାଣ ବେଲେ ଏହି ଶ୍ରମିକମାନଙ୍କୁ ଶ୍ରମ ବିଭାଗ ଉଦ୍ଧାର କରିଥିବା ସୂଚନା ମିଳିଛି ।

ରାଜ୍ୟରେ ବଢିଚାଲିଛି ବାହାର ରାଜ୍ୟକୁ ଦାଦନ ଶ୍ରମିକ ଚାଲାଣ । ଗତ କିଛି ଦିନ ତଳେ ପଡୋଶୀ ଆନ୍ଧ୍ରକୁ ଚାଲାଣ ସମୟରେ ଅନେକ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା । ଆଜି ପୁଣି ନବରଂଗପୁର ଜିଲ୍ଲା ବସଷ୍ଟାଂଡରୁ ୧୬ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି ।

ସୂଚନାଯୋଗ୍ୟ କି, ସମସ୍ତ ଦାଦନ ଶ୍ରମିକ ରାଇଘର ଅଂଚଳର ହୋଇଥିବାବେଳେ ବିଶାଖାପାଟଣାରେ ଏକ କମ୍ପାନୀରେ କାମ ଦେବାକୁ କହି ସେମାନଙ୍କୁ ଚାଲାଣ କରାଯାଉଥିଲା । ତେବେ ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୪ ଜଣ ନାବାଳକ , ୩ ଜଣ ନାବାଳିକା , ୩ ଜଣ ଶିଶୁ ଓ ୬ ଜଣ ମହିଳା ରହିଥିବା ଜଣାପଡିଛି ।

ଏକ ଘରୋଇ ବସରେ ସେମାନେ ଯାଉଥିବାବେଳେ ଶ୍ରମବିଭାଗ ଦ୍ୱାରା ଚଢାଉ କରାଯାଇ  ଉଦ୍ଧାର କରାଯାଇଛି । ଚିଲିକାର ଜଣେ ଦଲାଲ ଏହି ଶ୍ରମିକମାନଙ୍କୁ ବିଶାଖାପାଟଣା ଚାଲାଣ କରୁଥିବା ଜଣାପଡିଛି ।