୧୭୭ ପଂଚାୟତରେ ୧୬୪୪ ପ୍ରକଳ୍ପକୁ ମଂଜୁରି

0
347
cm naveen patnaik
cm naveen patnaik

ଭୁବନେଶ୍ୱର :  ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ୧୭୭ ପଂଚାୟତରେ ୧୬୪୪ଟି ପ୍ରକଳ୍ପକୁ ମଂଜୁରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭ଟି ବ୍ଲକରେ ୩୭.୭୯ କୋଟି ଟଙ୍କା ଖର୍ଚ୍ଚ ହେବ ।
ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ, କଟକ ଜିଲ୍ଲାର ଆଠଗଡ ବ୍ଲକ, କଳହାଣ୍ଡି ଜିଲ୍ଲାର ଜୁନାଗଡ, ବାଲେଶ୍ୱର ଜିଲ୍ଲାର ସିମୁଳିଆ ବ୍ଲକ ଓ ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡା ବ୍ଲକ, ଅନୁଗୁଳ ଜିଳ୍ଲାର ଆଠମଲିକ ଓ ଛେଣ୍ଡିପଦାର ଜନସାଧାରଣଙ୍କ ସହ ଆଲୋଚନା କରି ପ୍ରସ୍ତାବିତ ପ୍ରକଳ୍ପଗୁଡିକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । ଛତ୍ରପୁର ବ୍ଲକର ୧୮ଟି ପଂଚାୟତରେ ୪.୫୦ କୋଟି ଟଙ୍କା ବ୍ୟୟରେ୧୧୦ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବାବେଳେ ଆଠଗଡ ବ୍ଲକର ୩୩ଟି ପଂଚାୟତରେ ୭.୫୦କୋଟି ଟଙ୍କା ବ୍ୟୟରେ ୩୯୧ଟି ପ୍ରକଳ୍ପ, ଜୁନାଗଡ ବ୍ଲକର ୩୪ଟି ପଂଚାୟତରେ ୫.୭୦କୋଟି ଟଙ୍କା ବ୍ୟୟରେ ୩୫୬ଟି, ସିମୁଳିଆ ବ୍ଲକର ୨୧ଟି ପଂଚାୟତରେ ୩.୫୧ କୋଟି ଟଙ୍କା ବ୍ୟୟରେ ୧୯୯ଟି ପ୍ରକଳ୍ପ,ଲେଫ୍ରିପଡା ବ୍ଲକର ୧୭ଟି ପଂଚାୟତରେ ୩.୭୫ କୋଟି ଟଙ୍କା ବ୍ୟୟରେ୧୨୫ଟି ପ୍ରକଳ୍ପ, ଆଠମଲିକ ବ୍ଲକର ୨୪ଟି ପଂଚାୟତରେ ୫.୩୫ କୋଟି ଟଙ୍କା ବ୍ୟୟରେ ୧୬୧ଟି ପ୍ରକଳ୍ପ ଓ ଛେଣ୍ଡିପଦା ବ୍ଲକର ୩୦ଟି ପାଂଚାୟତରେ ୭.୪୮ କୋଟି ଟଙ୍କା ବ୍ୟୟରେ ୩୦୨ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ୭ଟି ବ୍ଲକର ୧୭୭ଟି ପଂଚାୟତରେ ମୋଟ ୧୬୪୪ଟି ପ୍ରକଳ୍ପ ପାଇଁ ୩୭.୭୯ କୋଟି ଟଙ୍କା ବ୍ୟୟ ହେବ ।