ପିପିପି ମୋଡରେ ରାଜ୍ୟରେ ସ୍ଥାପନ ହେବ ୨୦ଟି ମେଡିକାଲ

0
265
naveen patnaik
naveen patnaik
ଭୁବନେଶ୍ୱର : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ପିପିପି ମୋଡରେ ରାଜ୍ୟରେ ସ୍ଥାପନ ହେବ  ୨୦ଟି ମେଡିକାଲ । ଏହି ମେଡିକାଲ ଗୁଡିକରେ ୨୭ ଶହ ଶଯ୍ୟା ରହିବ ।

 ପବ୍ଲିକ ପ୍ରାଇଭେଟ ପାଟର୍ନରସିପ୍ ଦ୍ୱାରା (ପିପିପି ମୋଡ)ରେ  ରାଜ୍ୟରେ ୧୧ଟି ଜିଲ୍ଲାର ୨୦ଟି ସ୍ଥାନରେ ମେଡିକାଲ ସ୍ଥାପନ କରାଯିବ । ଏଥିରେ ସମୁଦାୟ ଏକ ହଜାର କୋଟି ଟଙ୍କା ବିନିଯୋଗ କରିବା ପାଇଁ ସ୍ଥିର ହୋଇଛି । ଏହି ମେଡିକାଲ ଗୁଡିକରେ ୨୭ ଶହ ଶଯ୍ୟା ରହିବ । ଏଥିରେ ପାଖା ପାଖି ଦଶ ହଜାର ଲୋକଙ୍କ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଓଡିଶାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଏହି ପଦକ୍ଷେପ ନିଆଯାଉଛି ।

୨୦୧୬ ପୁଞ୍ଜି ନିବେଶ ନୀତି ଅନୁଯାୟୀ ଏହି ମେଡିକାଲ ଗୁଡିକର ସ୍ଥାପନା କରାଯିବ । ପୁରୀ, କୋରାପୁଟ, ଅନୁଗୁଳ, କେନ୍ଦୁଝର, ମୟୁରଭଂଜ, ଭଦ୍ରକ, ବଲାଙ୍ଗୀର, ଝାରସୁଗୁଡା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଏହି ମେଡିକାଲ ଗୁଡିକ ସ୍ଥାପନ କରାଯିବ ।