ମାସକୁ ୨୦ଟି ଷ୍ଟାର୍ଟଅପକୁ ମିଳୁଛି ଅନୁମୋଦନ

0
395
cs a padhi
cs a padhi
ଭୁବନେଶ୍ୱର  : ମାସକୁ ୨୦ଟି ଷ୍ଟାର୍ଟଅପକୁ ଅନୁମୋଦନ ମିଳୁଛି । ଏହା ଜାତୀୟ ହାରଠୁ ଅଧିକ ବୋଲି ସଚ୍ଚିବାଳୟରେ ଗୁରୁବାର ଆୟୋଜିତ ଷ୍ଟାର୍ଟଅପ କାଉନସିଲ ବୈଠକରୁ ସୂଚନା ମିଳିଛି ।

 ଓଡ଼ିଶାର ଯୁବାବର୍ଗ ଏବେ ଷ୍ଟାର୍ଟଅପରେ ମନ ଦେଲେଣି । ବର୍ଷକ ଭିତରେ ଓଡ଼ିଶା ଷ୍ଟାର୍ଟଅପ ଯୋଜନାରେ ୩୯ଟି କ୍ଷେତ୍ରରେ ପ୍ରାୟ ୨୩୩ଟି ଷ୍ଟାର୍ଟଅପ ପଞ୍ଜିକୃତ ହୋଇଛି । ଏସବୁ ୟୁନିଟରୁ ପାଖାପାଖି ୨ହଜାର ଲୋକ ନିଯୁକ୍ତି ପାଇଛନ୍ତି । ଓଡ଼ିଶାରେ ଷ୍ଟାର୍ଟଅପ ପଞ୍ଜିକରଣ ହାର ଜାତୀୟ ହାର ଠାରୁ ଅଧିକ ରହିଛି । ଜାତୀୟ ସ୍ତରରେ ମାସକୁ ୧୭ରୁ ୧୮ଟି ଷ୍ଟାର୍ଟଅପ୍ ପଞ୍ଜିକୃତ ହେଉଥିବାବେଳେ ଓଡ଼ିଶାରେ ମାସକୁ ୨୦ଟି ଷ୍ଟାର୍ଟଅପ୍ ପଞ୍ଜିକୃତ ହେଉଥିବା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୁହାଯାଇଛି ।

ଖୁଚୁରା ବିକ୍ରୟ, ରୋବେଟିକ୍ସ, ଅକ୍ଷୟ ଶକ୍ତି ସଫ୍ଟୱେର, ଶିକ୍ଷା ଓ ଉଦ୍ୟୋଗ ଓ ବିଜ୍ଞାପନ ଆଦି ୩୯ଟି କ୍ଷେତ୍ରରେ ୨୩୩ଟି ଷ୍ଟାର୍ଟଅପ୍ ସଫଳତାର ସହ ଆରମ୍ଭ ହୋଇଥିବା ନେଇ ସୂଚନା ବିନିମୟ କରାଯାଇଛି ।