ଭୁବନେଶ୍ୱର : ଗତ ମାସରେ ରାଜ୍ୟରେ ସ୍ୱାଭାବିକଠାରୁ ୨୮% କମ୍ ବର୍ଷା ହୋଇଛି । ତେବେ ଆସନ୍ତା ୮ ତାରିଖରୁ ବର୍ଷାର ପରିମାଣ ଅଧିକ ହେବାର ସମ୍ଭାବନା ରହିଛି ବୋଲି ଡେପୁଟି ଏସଆରସି ପ୍ରକାଶ କରିଛନ୍ତି ।
ଗତ ଜୁନ୍ ୧ ତାରିଖରୁ ଜୁଲାଇ ୫ ତାରିଖ ମଧ୍ୟରେ ସ୍ୱାଭାବିକଠାରୁ ୨୮% କମ୍ ବର୍ଷା ହୋଇଛି ବୋଲି ଡେପୁଟି ଏସଆରସି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ବଲାଙ୍ଗିର, ଅନୁଗୋଳ, କଳାହାଣ୍ଡି ଓ ନବରଙ୍ଗପୁରରେ ୫୦%ରୁ କମ୍ ବର୍ଷା ହୋଇଛି । ତେବେ ଆସନ୍ତା ୮ ତାରିଖରୁ ବର୍ଷାର ପରିମାଣ ଅଧିକ ହେବାର ସମ୍ଭାବନା ରହିଛି । ସେ ଆହୁରି କହିଛନ୍ତି ଯେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ହାରାହାରି ୧.୩ ମିମି ବର୍ଷା ହୋଇଛି । ମାଲକାନାଗିରି ଜିଲ୍ଲାରେ ସର୍ବାଧିକ ୧୨.୮ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ୧୨.୩ ମିମି ବର୍ଷା ରେକର୍ଡ ହୋଇଛି ।