ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବଜ୍ରାଘାତ ୫୦ ପଶୁଙ୍କ ପ୍ରାଣ ନେଇଛି । ବର୍ଷା କାରଣରୁ ଗାଈ ଓ ଛେଳି ଏକ ଗଛ ତଳେ ଆଶ୍ରୟ ନେଉଥିଲା ବେଳେ ଏହି ଅଘଟଣ ଘଟିଥିଲା ବୋଲି ପ୍ରାଥମିକ ସୂଚନାରୁ ଖବର ମିଳିଛି।
ବଜ୍ରାଘାତ ଆଜି ଖୋର୍ଦ୍ଧା ଜିଲ୍ଲା ବଙ୍ଗିଦା ପଞ୍ଚାୟତର କଙ୍କଣହାର ଗାଁରେ ୫୦ରୁ ଅଧିକ ଗୃହପାଳିତ ପଶୁଙ୍କ ପ୍ରାଣ ନେଇଛି । ମୃତ ପଶୁଙ୍କ ମଧ୍ୟରେ ଗାଈ ଓ ଛେଳି ଥିବା ଜଣାପଡ଼ିଛି। ବର୍ଷା କାରଣରୁ ଗାଈ ଓ ଛେଳି ଏକ ଗଛ ତଳେ ଆଶ୍ରୟ ନେଉଥିଲା ବେଳେ ଏହି ଅଘଟଣ ଘଟିଥିଲା ବୋଲି ପ୍ରାଥମିକ ସୂଚନାରୁ ଖବର ମିଳିଛି। ଏହାସହ ଏହି ବଜ୍ରାଘାତରେ ୨ ଜଣ ଗାଈ ମାଲିକ ଗୁରୁତର ମଧ୍ୟ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଉଭୟ ଗୁରୁତର ଭାତପଡା ଗ୍ରାମର ସୁରେଶ ଭୁୟାଁ ଓ ଅରଣ୍ୟ ମାର୍ଥା । ଏତେ ପ୍ରଚଣ୍ଡ ଓ ଭୟଙ୍କର ବଜ୍ରପାତ ଦେଖି ଲୋକେ ଛାନିଆ ହୋଇ ଯାଇଛନ୍ତି।