ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ମୁନିସିପାଲିଟିରେ ଜିଲ୍ଲାପାଳଙ୍କୁ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି । ସେହିପରି ଢେଙ୍କାନାଳ, ପାରଳେଖାମୁଣ୍ଡି, ଜଗତସିଂପୁର, ଯାଜପୁର, କେନ୍ଦୁଝର, ଖୋର୍ଧା, କୋରାପୁଟ, ପୁରୀ, ରାୟଗଡା, ନୟାଗଡ, ମାଲକାନଗିରିରେ ମଧ୍ୟ ଜିଲ୍ଲାପାଳମାନେ ପ୍ରଶାସକ ଭାବେ ଦାୟିତ୍ୱ ତୁଲାଇବେ । ଏବଂ ଅନ୍ୟ କିଛି ସ୍ଥାନରେ ଏଡିଏମ ଏବଂ ଉପଜିଲ୍ଲାପାଳଙ୍କୁ ପ୍ରଶାସକ ନିଯୁକ୍ତ କରାଯାଇଛି ।
ସୂଚନାଯୋଗ୍ୟ କି, ରାଜ୍ୟରେ ପୌର ନିର୍ବାଚନ ହେବାର ସମ୍ଭାବନା ନଥିବାରୁ ପୌର ପ୍ରଶାସକ ନିଯୁକ୍ତି ପାଇଁ ରାଜ୍ୟ ନିର୍ବାଚନ କମିଶନର ସଚିବ ଆଜି ନଗର ଉନ୍ନୟନ ବିଭାଗକୁ ଚିଠି ଲେଖିଥିଲେ ।୬୬ଟି ପୌରାଂଚଳର ପରିଚାଳନା ପାଇଁ ପ୍ରଶାସକ ନିଯୁକ୍ତ ନେଇ ଚିଠିରେ ଉଲ୍ଲେଖ ରହିଥିଲା । ଏହା ମଧ୍ୟରେ ୬୫ଟି ପୌରାଂଚଳ ଓ ବ୍ରହ୍ମପୁର ଏନଏସି ରହିଥିଲା ।
ସଂରକ୍ଷଣ ଓ ୱାର୍ଡ ପୁନର୍ଗଠନ ପାଇଁ ନିର୍ବାଚନ ହୋଇ ନଥିବାରୁ ଏଗୁଡିକର ପରିଚାଳନା ପାଇଁ ପ୍ରଶାସକ ନିଯୁକ୍ତ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ନଗର ଉନ୍ନୟନ ବିଭାଗ ସଚିବଙ୍କୁ ଚିଠି ଲେଖିଥିଲେ । ଆଜି ୬୫ଟି ପୌର ପରିଷଦ ଓ ବିଏମସି କାର୍ଯ୍ୟକାଳ ଶେଷ ହୋଇଛି ।