ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ୬୮ ପଂଚାୟତରେ ୬୭୬ଟି ପ୍ରକଳ୍ପକୁ ମଂଜୁରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଲେଶ୍ୱର ଜିଲ୍ଲାର ନୀଳଗିରି ବ୍ଲକ, ଢ଼େଙ୍କାନାଳ ଜିଲ୍ଲାର କଙ୍କଡାହାଡ ବ୍ଲକ ଓ ଭଦ୍ରକ ଜିଲ୍ଲାର ଭଣ୍ଡାରି ପୋଖରୀ ବ୍ଲକ ଜନସାଧାରଣଙ୍କ ସହ ଆଲୋଚନା କରି ପ୍ରସ୍ତାବିତ ପ୍ରକଳ୍ପଗୁଡିକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । ନୀଳଗିରି ବ୍ଲକର ୨୫ଟି ପଂଚାୟତରେ ୬.୨୫ କୋଟି ଟଙ୍କା ବ୍ୟୟରେ ୩୦୨ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବାବେଳେ କଙ୍କଡାହାଡ ବ୍ଲକର୨୧ଟି ପଂଚାୟତରେ ୪.୮୫କୋଟି ଟଙ୍କା ବ୍ୟୟରେ ୧୫୨ଟି ପ୍ରକଳ୍ପ, ଭଣ୍ଡାରି ପୋଖରୀ ବ୍ଲକର ୨୨ଟି ପଂଚାୟତରେ୫.୫୦କୋଟି ଟଙ୍କା ବ୍ୟୟରେ ୨୨୨ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ୩ଟି ବ୍ଲକର ୬୮ଟି ପଂଚାୟତରେ ମୋଟ ୬୭୬ଟି ପ୍ରକଳ୍ପ ପାଇଁ ୧୬.୬୦ କୋଟି ଟଙ୍କା ବ୍ୟୟ ହେବ ।
LATEST ARTICLE
People celebrate zero night for new year-2020
Bhubaneswar : In the eve of new yea 2020, people celebrate zero night at different hotels, clubs and other spots. All hotels are prepared...