ବଜ୍ରଘାତରେ ୭ ମୃତ, ୪ ଜଣ ଗୁରୁତର

0
390
thunder storm
thunder storm
ଭୁବନେଶ୍ୱର : ଆଜି ବିଭିନ୍ନ ସ୍ଥାନରେ ବଜ୍ରଘାତରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି ।  ସମସ୍ତ ଆହତଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ଆଜି ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ହେଉଛି । ଏହି ସମୟରେ ବଜ୍ରପାତ ହୋଇ ବ୍ୟାପକ କ୍ଷୟକ୍ଷତି କରାଇଛି । ବିଭିନ୍ନ ସ୍ଥାନରେ ବଜ୍ରଘାତରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ବାଲେଶ୍ୱରରେ ୩, ମୟୁରଭଞ୍ଜରେ ୩ ଓ ଖୋର୍ଦ୍ଧା ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ।

ପ୍ରାପ୍ତ ସୂଚନା ମୁତାବକ,  ବାଲେଶ୍ୱର ବସ୍ତା ବ୍ଲକ ବରୁଣଗାଡ଼ିଆ ପଂଚାୟତରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଏମାନଙ୍କ ମୃତ୍ୟୁ ହୋଇଛି । ସେହିପରି ସୋର ଶିଙ୍ଗାଖୁଣ୍ଟାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶ୍ରୀଜଙ୍ଗରେ ଜଣେ ଯୁବତୀ ଗୁରୁତର ଅଛନ୍ତି । ଅନ୍ୟପକ୍ଷରେ ମୟୁରଭଞ୍ଜ ବୈଶିଙ୍ଗା ବ୍ଲକ ଅନ୍ତର୍ଗତ ବଳଶାଳ  ଓ ମହେଶ୍ୱରପୁର ଗ୍ରାମରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।

ଉଦଳା ଚୁନାଡିହା ଗାଁରେ ମଧ୍ୟ ଜଣେ ଯୁବକ ବଜ୍ରପାତରେ ପ୍ରାଣ ହରାଇଛନ୍ତି । ସେହିପରି ଖୋର୍ଦ୍ଧା ବୋଲଗଡ଼ ମାଣିକପୁର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଆହତ ହୋଇଛନ୍ତି । ବେତନଟୀ ଛରୁଣୀ ପଦ୍ମଲୋଚନା ହାଇସ୍କୁଲର ଜଣେ ଛାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।