ବିସ୍ଫୋରଣ : ୭ ଯବାନ ଶହୀଦ

0
271
jawan killed by maoist
jawan killed by maoist
ଛତିଶଗଡ଼ : ଦନ୍ତେୱାଡ଼ାରେ ହୋଇଥିବା ଆଇଇଡି ବିସ୍ଫୋରଣରେ ୭ ଜଣ ଯବାନ ପ୍ରାଣ ହରାଇଛନ୍ତି । ବିସ୍ଫୋରଣ ପରେ ସଂପୃକ୍ତ ଅଂଚଳରେ ହାଇ ଆଲର୍ଟ ଜାରି କରି ଦିଆଯାଇଛି ।
ଛତିଶଗଡ଼ ଦନ୍ତେୱାଡ଼ାରେ ହୋଇଥିବା ଆଇଇଡି ବିସ୍ଫୋରଣରେ ଗୁରୁତର ଥିବା ଆଉ ଦୁଇ ଜଣ ଯବାନ ପ୍ରାଣ ହରାଇଛନ୍ତି । ଏହା ସହିତ ଶହଦୀଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଆସନ୍ତା ୨୨ ତାରିଖରେ ଦନ୍ତେୱାଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ବଚେଲୀରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମ ଥିଲା । କାର୍ୟ୍ୟକ୍ରମ ପାଇଁ ୭ ଜଣ ଯବାନ ଅପରେସନ୍‌ରେ ଯାଇଥିଲେ । କିରଣ୍ଡୁଲ-ଚୋଲନାର ରାସ୍ତାରେ ମାଓବାଦୀମାନେ ବସାଇଥିଲେ ମୃତ୍ୟୁର ଜନ୍ତା । ଅପରେସନ୍‌ରୁ ଫେରୁଥିବା ବେଳେ ଆଇଡି ବିସ୍ଫୋରଣ ହେବା ପଳରେ ୫ ଯବାନ ଶହୀଦ ହୋଇଥିଲେ । ସଙ୍ଗୀନ ଅବସ୍ଥା ଥିବା ୨ ଜଣ ଯବାନକୁ ଦନ୍ତେୱାଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଖବର ପାଇବା ପରେ ଅତିରିକ୍ତ ଏସ୍‌ପି ଜୀ ଏନ୍‌ ବଘେଲ ଘଟଣାସ୍ଥଳରେ ପହଁଚିଛନ୍ତି । ବିସ୍ଫୋରଣ ପରେ ସଂପୃକ୍ତ ଅଂଚଳରେ ହାଇ ଆଲର୍ଟ ଜାରି କରି ଦିଆଯାଇଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ମାର୍ଚ୍ଚ ୧୩ ତାରିଖରେ ଆଇଇଡି ବିସ୍ଫୋରଣରେ ୯ ଜଣ ଯବାନ ହୋଇଥିଲେ । ଅନ୍ୟପକ୍ଷରେ ଗତାକାଲି ଦନ୍ତେୱାଡାରେ ଜଣଙ୍କୁ ହତ୍ୟା କରିବା ସହିତ ବହୁତ ଉପଦ୍ରବ କରିଥିଲେ ମାଓବାଦୀ । ରାସ୍ତା କାମରେ ନିୟୋଜିତ ହୋଇଥିବା ଗାଡ଼ିକୁ ବି ପୋଡ଼ିପକାଇଥିଲେ ।