ଛତିଶଗଡ଼ରେ ଏନକାଉଣ୍ଟର : ୭ ନକ୍ସଲ ନିହତ

0
380
7 naxals killed
7 naxals killed

ରାୟପୁର  : ନକ୍ସଲମାନଙ୍କ ଉପରକୁ ଏନକାଉଣ୍ଟରରେ   ୩ ଜଣ ମହିଳା ସମେତ ୭ ଜଣ ନକ୍ସଲ ନିହତ ହୋଇଛନ୍ତି । ଯବାନମାନେ ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛନ୍ତି ।

ପଡ଼ୋଶୀ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲାରେ ଗୁରୁବାର ସକାଳୁ ସୁରକ୍ଷା ବାହିନୀର ଯବାନମାନେ ନକ୍ସଲ ଉପରକୁ ଏନକାଉଣ୍ଟର କରିଛନ୍ତି ।  ବିଜାପୁର ଓ ଦନ୍ତେୱାଡା ଜିଲ୍ଲାର ସୀମାରେ ସିଆରପିଏଫ ଯବାନମାନେ ନକ୍ସଲମାନଙ୍କ ଉପରକୁ ଏନକାଉଣ୍ଟର କରିଥିଲେ । ଏଥିରେ ୩ ଜଣ ମହିଳା ସମେତ ୭ ଜଣ ନକ୍ସଲ ନିହତ ହୋଇଥିବା ଜାତୀୟ ଗଣମାଧ୍ୟମକୁ ସୂଚନା ମିଳିଛି । ଏଥି ସହିତ ଯବାନମାନେ ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ଯବାନମାନେ ଏନକାଉଣ୍ଟର ଜାରି ରଖିଛନ୍ତି । ଜଙ୍ଗଲରେ ଆହୁରି ଅନେକ ଗୁଡ଼ିଏ ନକ୍ସଲ ଥିବା ଅନୁମାନ କରିଛି ସୁରକ୍ଷା ବାହିନୀ ।

ଏନକାଉଣ୍ଟର ଦନ୍ତେୱାଡାରେ ତିମେନାର ପହାଡିଆ ଅଞ୍ଚଳରେ ଗଙ୍ଗାଲୁର ଥାନା ଅଞ୍ଚଳାରେ ହୋଇଛି । ଦନ୍ତେୱାଡା ଏସଟିଏଫ ଓ ସିଆରପିଏଫର ସଂଯୁକ୍ତ କାର୍ଯ୍ୟାନୁଷ୍ଠାନ ଦ୍ୱାରା ସକାଳ ୬ଟାରେ ନକ୍ସଲମାନଙ୍କୁ ନିହତ କରାଯାଇଛି । ଦନ୍ତେୱାଡାର ଏଏସପି (ନକ୍ସଲ ଅପରେସନ) ଜି.ଏନ. ବଘେଲ ଏହା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ମୃତକଙ୍କ ନିକଟରୁ ଇନସାସ ରାଇଫଲ, ୨ ଥ୍ରି ନଟ ଥ୍ରି ରାଇଫଲ, ୧ ୧୩ ବୋର ରାଇଫଲ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । 

ଏହି ଅଂଚଳରେ ନକ୍ସଲମାନେ ଥିବା ପୋଲିସକୁ ପୂର୍ବରୁ ସୂଚନା ମିଳିଥିଲା । ଫଳରେ ଯୋଜନା ଅନୁସାରେ ଏନକାଉଣ୍ଟର କରାଯାଇଥିଲା । ଘଟଣାସ୍ଥଳରେ ସିଆରପିଏଫ ଓ ଏସଟିଏଫ ଟିମ ପହଞ୍ଚି ଏନକାଉଣ୍ଟର କରିଥିଲେ ।  ଆଇଟିବିପି ଓ ଛତିଶଗଡ଼ ପୋଲିସର ମିଳିତ କାର୍ଯ୍ୟାନୁଷ୍ଠାନ ବଳରେ ବୁଧବାର ରାଜ୍ୟର ରାଜନନ୍ଦଗାଓ ଜିଲ୍ଲାର ଏକ ଜଙ୍ଗଲରେ ଜଣେ ମହିଳା ନକ୍ସଲଙ୍କୁ ନିହତ କରିଥିଲେ ।