ଦାମ ଖୋଲୁଛନ୍ତି ଗୁମର : ସମବାୟ ବିଭାଗରେ 700 କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ

0
467
dama dismissed
dama dismissed
ଭୁବନେଶ୍ୱର : ଦୁର୍ନୀତିର ଗୁମର ଖୋଲୁଛନ୍ତି ବିଜେଡିର ବରିଷ୍ଠ ନେତା ଡା. ଦାମୋଦର ରାଉତ  ।  ସମବାୟ ବିଭାଗରେ 700 କୋଟି ଟଙ୍କାର ଦୁର୍ନୀତି ହୋଇଥିବା କହିଛନ୍ତି ଡା. ରାଉତ  ।
ଚାରା ଦୁର୍ନୀତି, ଓମଫେଡ ଜରି ଦୁର୍ନୀତି ପରେ ଏବେ ସମବାୟ ଦୁର୍ନୀତିରେ ଚେର ଖୋଲିଛନ୍ତି ଶ୍ରୀ ରାଉତ  । ସମବାୟ ବିଭାଗରେ 700 କୋଟିଟଙ୍କାର ଦୁର୍ନୀତି ହୋଇଥିବା କଥା କହିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପାରାଦ୍ୱୀପ ବିଧାୟକ ଡା. ରାଉତ  ।

ଆଜି ଗଣମାଧ୍ୟମରେ ସୂଚନା ଦେଇ  ଡା. ରାଉତ କହିଛନ୍ତି ଯେ. ସମବାୟ ବ୍ୟାଙ୍କରେ 700 କୋଟିଟଙ୍କାର ଦୁର୍ନୀତି ହୋଇଛି  । ମନ୍ତ୍ରୀଥିବା ବେଳେ ଧାରା-65 ଅନୁସାରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତତକାଳୀନ ଏମଡି ତୁଷାର କାନ୍ତ ପଣ୍ଡାଙ୍କର ଏଥିରେ ସମ୍ପୃକ୍ତି ଅଛି  ବୋଲି ଅଭିଯୋଗ କରିଥିଲେ । ତଦନ୍ତ ରିପୋର୍ଟ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଡା. ରାଉତ । 700 ସମବାୟ ବ୍ୟାଙ୍କରେ କମ୍ପୁଟରୀକରଣ ଏବଂ କୃଷିଋଣ ଯୋଗାଣରେ ଏହି ଦୁର୍ନୀତି ବୋଲି ଡା. ରାଉତ ଗଣମାଧ୍ୟମରେ କହିଛନ୍ତି  । ପୂର୍ବରୁ ଯଜ୍ଞେଶ୍ବର ବାବୁ ଏହି ଦୁର୍ନୀତିରେ ଜେଲ ଯାଇଥିଲେ  । ବହୁ କର୍ମଚାରୀ ନିଲମ୍ବିତ ହୋଇଥିଲେ  । ତୁଷାର କାନ୍ତ ପଣ୍ଡା ମୁଖ୍ୟ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଯାଇଛି ବୋଲି ଡା. ରାଉତ କହିଛନ୍ତି  ।