ଗ୍ରୃପ ହେଲଥ ଇନସ୍ୟୁରାନ୍ସ : ବୀମାଭୁକ୍ତ ହେବେ ୭୨ ହଜାର ପୁଲିସ କର୍ମଚାରୀ

0
325
dgp
dgp
ଭୁବନେଶ୍ୱର : ଗ୍ରୃପ୍ ଇନ୍ସୁରାନ୍ସ ଭଳି ସ୍ୱାସ୍ଥ୍ୟ ବୀମା ଯୋଜନାରେ ପୁଲିସ କର୍ମଚାରୀଙ୍କୁ ଅନ୍ତଭୁକ୍ତ ପାଇଁ ପଦକ୍ଷେପ ନିଆଯାଉଛି । ଗୃହ ବିଭାଗର ଅନୁମତି ମିଳିଲା ପରେ ରାଜ୍ୟର ୭୨ ହଜାର ପୁଲିସ କର୍ମଚାରୀଙ୍କୁ ବୀମାଭୁକ୍ତ କରାଯିବ ।

 ରାଜ୍ୟରେ ପୋଲିସ ବିଭାଗରେ ୭୨ ହଜାର କର୍ମଚାରୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ମାତ୍ର ୨୨ ପ୍ରତିଶତ କର୍ମଚାରୀ ନିଜର ବ୍ୟକ୍ତିଗତ ସ୍ୱାସ୍ଥ୍ୟବୀମା କରାଇଛନ୍ତି । ଅନ୍ୟମାନେ ଔଷଧ ଖର୍ଚ୍ଚ ବାବଦକୁ ବାର୍ଷିକ ହଜାରେ ଟଙ୍କା ସହାୟତା ପାଉଛନ୍ତି । ଏହି ହଜାରେ ଟଙ୍କା ମଧ୍ୟ ତଳିଆ କର୍ମଚାରୀଙ୍କୁ ମିଳୁନି । ଏଭଳି ସ୍ଥିତିରେ ପୋଲିସ କର୍ମଚାରୀମାନଙ୍କୁ ଘାରିଛି ସ୍ୱାସ୍ଥ୍ୟ ଚିନ୍ତା । କିଏ ଉଚ୍ଚ ରକ୍ତଚାପ ତ ଆଉ କାହାକୁ ହୋଇଛି ଡାଇବେଟିସ୍ । କାହାର ପୁଣି ହୃଦରୋଗ ତ କାହାର କିଡ଼ନୀ ଖରାପ । ଚିକିତ୍ସା ପାଇଁ  ଅସମର୍ଥ ପୋଲିସ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ନାହିଁ ।

ସ୍ୱାସ୍ଥ୍ୟବୀମା ପାଇଁ ଏବେ ପୋଲିସ ପ୍ରଶାସନ ଚିନ୍ତା କରୁଥିବା ଜଣାଯାଇଛି । ଗ୍ରୃପ୍ ଇନ୍ସୁରାନ୍ସ ଭଳି ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତଭୁକ୍ତ ପାଇଁ ପଦକ୍ଷେପ ନିଆଯାଉଥିବା ଜଣେ ଅଧିକାରୀ କହିଛନ୍ତି । ପୋଲିସ ଡ଼ିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି ଯେ ପୁଲିସ କର୍ମଚାରୀଙ୍କୁ ଏଭଳି ଗ୍ରୃପ ହେଲଥ ଇନସ୍ୟୁରାନ୍ସ ପାଇଁ ଯୋଜନା କରାଯାଇଛି । ଗୃହ ବିଭାଗର ଅନୁମତି ଲୋଡ଼ା ଯାଇଛି । ଗୃହ ବିଭାଗର ଅନୁମତି ମିଳିଲା ପରେ ରାଜ୍ୟର ୭୨ ହଜାର ପୁଲିସ କର୍ମଚାରୀଙ୍କୁ ବୀମାଭୁକ୍ତ କରାଯିବ ।