କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ମୋଟ ୮୩.୦୧ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ କରିଥିବା ନେଇ ସୂଚନା ମିଳିଛି । ସିବିଏସଇ ୱେବସାଇଟ୍ cbse results nic.in ଏବଂ cbse nic.in ରେ ଫଳାଫଳ ଉପଲବ୍ଧ ହେଉଥିବା ଏହାର ସଚିବ ଅନିଲ ସ୍ୱରୂପ କହିଛନ୍ତି ।
ଗତବର୍ଷ ତୁଳନାରେ ଏଥର ସିବିଏସଇ ପରୀକ୍ଷା ଫଳ ଭଲ ହୋଇଛି। ଗତବର୍ଷ ୮୨.୦୨ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଚଳିତ ବର୍ଷ ୮୩.୦୧ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ଜୋନ୍ସ୍ତରରେ ତ୍ରିଭେନ୍ଦୟ୍ରମ ସବୁଠାରୁ ଭଲ କରିଛି। ତ୍ରିଭେନ୍ଦ୍ରମ ଜୋନରେ ୯୭.୩୨ ପ୍ରତିଶତ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଚେନ୍ନାଇର ୯୩.୮୭ ପ୍ରତିଶତ, ଦିଲ୍ଲୀର ୮୯ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଚଳିତ ବର୍ଷ ମଧ୍ୟ ଛାତ୍ରୀମାନେ ଛାତ୍ରମାନଙ୍କୁ ପଛରେ ପକାଇ ଦେଇଛନ୍ତି। ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୮୮.୩୧ ପ୍ରତିଶତ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୭୮.୯୯ ପ୍ରତିଶତ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି।
ଚଳିତ ବର୍ଷ ଭୁବନେଶ୍ୱର ଜୋନ ରୁ ଦ୍ୱାଦଶରେ ୬୬,୩୧୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୨୭,୮୮୩ ଛାତ୍ରୀ ଥିବାବେଳେ ୩୮,୪୩୫ ଛାତ୍ର ଥିଲେ । କେବଳ ଓଡ଼ିଶାରୁ ଦ୍ୱାଦଶରେ ୧୭,୧୭୯ ଛାତ୍ର ଛାତ୍ରୀ ଥିବାବେଳେ ବାଳକଙ୍କ ସଂଖ୍ୟା ୧୦,୩୩୭ ଓ ବାଳିକାଙ୍କ ସଂଖ୍ୟା ୬,୮୪୨ ଜଣ ବାଳିକା ୮୬ଟି କେନ୍ଦ୍ରରେ ଏହି ପରୀକ୍ଷା ଦେଇଥିଲେ ।