ଭୁବନେଶ୍ୱର : ପୁଣି କାଳବୈଶାଖୀ । ୯ ଜିଲ୍ଲାର ଜିଲ୍ଲାବାସୀଙ୍କୁ ସାଢେ ଗୋଟାଏ ଯାଏଁ ସତର୍କ କରାଯାଇଛି। କୁଆପଥର ବର୍ଷା ସହ ଜୋରରେ ପବନ ବହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
ଛାଡ଼ୁନି କାଳବୈଶାଖୀ ଡର। ପୁଣି ୯ ଜିଲ୍ଲାର ଜିଲ୍ଲାବାସୀଙ୍କୁ ସାଢେ ଗୋଟାଏ ଯାଏଁ ସତର୍କ ରହିବାକୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ଢେଙ୍କାନାଳ, ଅନୁଗୋଳ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ବୌଦ୍ଧ। ଏହି ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ କୁଆପଥର ବର୍ଷା ହେବା। ଏହି ସମୟରେ ପବନ ଜୋରରେ ବୋହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।