ବ୍ୟାଙ୍କ ଖାତାରେ ଆଧାର ବାଧ୍ୟତାମୂଳକ ନୁହେଁ- ସୁପ୍ରିମକୋର୍ଟ୍

0
415
aadhar not mandotary
aadhar not mandotary in
ନୂଆଦିଲ୍ଲୀ  : ମୋବାଇଲ, ବ୍ୟାଙ୍କ ଆକାଉଂଟ ଏବଂ ବିଦ୍ୟାଳୟରେ ଆଡମିସନ ପାଇଁ  ଆଧାର ବାଧ୍ୟତାମୂଳକ ନୁହେଁ ।   କିନ୍ତୁ ଆୟକର ଦାଖଲ ପାଇଁ ଏହା ଜରୁରୀ ।ଆଧାର କାର୍ଡର ଅନିବାର୍ଯ୍ୟତାକୁ ନେଇ ସୁପ୍ରିମକୋର୍ଟ୍ ନିଜର ଫଇସଲା ଶୁଣାଇଛନ୍ତି । ମାନ୍ୟବର କୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ କହିଛନ୍ତି କି, ମୋବାଇଲ ଏବଂ ବ୍ୟାଙ୍କ ଆକାଉଂଟରେ ଆଧାର ଯୋଡିବା ଅସାମ୍ବିଧାନିକ ।  କୋର୍ଟଙ୍କ ନିଷ୍ପତି ଅନୁସାରେ,  ୬ରୁ ୧୪ ବର୍ଷ ଛାତ୍ରାଛାତ୍ରୀଙ୍କ ପାଇଁ ବିଦ୍ୟାଳୟରେ ଆଡମିସନ ସମୟରେ ଆଧାର ବାଧ୍ୟତାମୂଳକ ନୁହେଁ ।

କୋର୍ଟଙ୍କ ନିଷ୍ପତି ଅନୁସାରେ,  ୬ରୁ ୧୪ ବର୍ଷ ଛାତ୍ରାଛାତ୍ରୀଙ୍କ ପାଇଁ ବିଦ୍ୟାଳୟରେ ଆଡମିସନ ସମୟରେ ଆଧାର ବାଧ୍ୟତାମୂଳକ ନୁହେଁ । ଏହା ସେମାନଙ୍କ ଅଧିକାରକୁ କୁଠାରଘାତ କରୁଛି । ଯଦି ସିବିଏସଇ, ନିଟ୍ ଆଧାରକାର୍ଡକୁ ଜରୁରୀ କରିଛନ୍ତି ତେବେ ଏହା ଭୁଲ । ସେମାନେ ଏପରି କରିପାରିବେ ନାହିଁ । ମୋବାଇଲ ଏବଂ ବ।।ଙ୍କ ଆକାଉଂଟ୍ ପାଇଁ ମଧ୍ୟ ଏହା ଜରୁରୀ ନୁହେଁ । କୋର୍ଟ୍ ବିଦ୍ୟାଳୟରେ ଆଧାର କାର୍ଡର ବାଧ୍ୟକତାକୁ ଶେଷ କରିଛନ୍ତି ।  କିନ୍ତୁ ଆୟକର ଦାଖଲ ପାଇଁ ଏହା ଜରୁରୀ । ସରକାର ଆଧାର କାର୍ଡ୍ ପାଇଁ କୌଣସୀ ପ୍ରସ୍ତୁତି କରି ନାହାନ୍ତି । ଆଧାର ଆକ୍ଟ୍ ଭଳି କିଛି ନାହିଁ ଯେଉଁଥିରେ  କାହାର ନିଜତା ପ୍ରତି ପ୍ରଶ୍ନ ଉଠିବ ।

ନିଷ୍ପତି ଶୁଣାଇବା ସମୟରେ ଜଷ୍ଟିସ୍ ଏକେ ସୀକରୀ, ଚିଫ୍ ଜଷ୍ଟିସ୍ ଦୀପକ ମିଶ୍ର ଏବଂ ଜଷ୍ଟିସ୍ ଏମ ଖାନବିଲକର କହିଛନ୍ତି କି, ଏହା ଜରୁରୀ ନୁହେଁ କି ସମସ୍ତ ସାମଗ୍ରୀ ସର୍ବୋତମ ହେବ । କିଛି ଭିନ୍ନ ହେବାର ଆବଶ୍ୟକତା ରହିଛି । ଆଧାର କାର୍ଡ ଗତ କିଛି ବର୍ଷ ଧରି ଚର୍ଚ୍ଚାର ବିଷୟ ପାଲଟିଛି । ସାଧାରଣ ନାଗରିକଙ୍କ ଏହା ହେଉଛି ପରିଚୟ । ଏହା ବର୍ତମାନ ଗରୀବଙ୍କ ଶକ୍ତିର ମାଧ୍ୟମ ପାଲଟିଛି ।

ଏହାକୁ ନକଲ କରାଯାଇ ପାରିବ ନାହିଁ । ଆଧାର କାର୍ଡ ଉପରେ ଆକ୍ରମଣ ଲୋକଙ୍କ ଅଧିକାର ଉପରେ ଆକ୍ରମଣ ସହ ସମାନ । ଶିକ୍ଷା ଆମକୁ ଆଙ୍ଗୁଳି ଛାପରୁ ହସ୍ତାକ୍ଷରକୁ ନେଇଥିଲା । କିନ୍ତୁ ଏବେ ପ୍ରଯୁକ୍ତିବିଦ୍ୟା ପୁଣି ଆଙ୍ଗୁଳି ଛାପକୁ ନେଇ ଯାଇଛି । ଆଧାର ପ୍ରସ୍ତୁତ ସମୟରେ ଯେଉଁ ତଥ୍ୟ ନିଆ ଯାଉଛି ତାହା ବହୁତ କମ୍ । କିନ୍ତୁ ଏଥିରୁ ମିଳୁଥିବା ଫାଇଦା ବହୁତ ଅଧିକ ।

ସୂଚନାଯୋଗ୍ୟ କି, ଏହି ମାମଲାର ଶୁଣାଣି ଜାନୁଆରୀ ୧୭ରୁ ଆରମ୍ଭ ହୋଇଥିଲା । ଯାହା ୩୮ ଦିନ ଧରି ଚାଲିଥିଲା । ଆଧାରରେ କୌଣସୀ ବ୍ୟକ୍ତିଗତ ଅଧିକାର କ୍ଷୁଣ୍ଣ ହେଉଛି ନା ନାହିଁ ଏବଂ ଏହାର ବୈଧତା, ଅନିବାର୍ଯ୍ୟତା  ନେଇ କୋର୍ଟଙ୍କ ୫ଜଣିଆ ପୀଠ ଆଜି ନିଷ୍ପତି ଶୁଣାଇଛନ୍ତି ।