ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଲେ ଏବି ଡିଭିଲିୟର୍ସ

0
505
de villers
de villers

ନୂଆଦିଲ୍ଲୀ :  କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି ବ୍ୟାଟସମ୍ୟାନ ଏବି ଡିଭିଲିୟର୍ସ। ନିଜର ଟ୍ଵିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରି କ୍ରିକେଟର ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି।

ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟସମ୍ୟାନ ଏବି ଡିଭିଲିୟର୍ସ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବୁଧବାର ଏବି ଡିଭିଲିୟର୍ସ ନିଜର ଟ୍ଵିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରି କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ଡିଭିଲିୟର୍ସଙ୍କ ଏହି ଖବର କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଆଚମ୍ବିତ କରି ଦେବା ପରି ହୋଇଛି।  ୩୪ ବର୍ଷୀୟ ଡିଭିଲିୟର୍ସ ଦୁନିଆର ଶୀର୍ଷ ବ୍ୟାସଟମ୍ୟାନଙ୍କ ମଧ୍ୟରୁ ଥିଲେ ଜଣେ। ମାତ୍ର ସେ ଅଚାନକ କ୍ରିକେଟରୁ ସନ୍ନ୍ୟାସ ନେବାର ଘୋଷଣା କରି ସମସ୍ତଙ୍କୁ ହତଚକିତ କରିଛନ୍ତି। ସେ ନିଜର ଟ୍ଵିଟର ଆକାଉଣ୍ଟରେ ଭିଡିଓ ସେୟାର କରି କହିଛନ୍ତି ଯେ ମୁଁ ଅନ୍ତରାଷ୍ଟ୍ରୀୟ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଉଛି। ମୋ ପାଇଁ ଏହା ସନ୍ନ୍ୟାସ ନେବାର ସମୟ ଆସି ଯାଇଛି। ଏଥର ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଉ।

୩୬୦ ଡିଗ୍ରୀରେ ପ୍ରସିଦ୍ଧ ଡିଭିଲିୟର୍ସ  ନିଜର ୧୪ ବର୍ଷର ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ କ୍ୟାରିୟରରେ ୧୧୪ ଟେଷ୍ଟ ମ୍ୟାଚରେ ୨୨ଟି ଶତକ ସହ ୫୦.୬୬ ହାରରେ ୮୭୫୬ ରନ କରିଛନ୍ତି। ଏଥିରେ ୪୬ଟି ଅର୍ଦ୍ଧଶତକ ସାମିଲ ରହିଛି।   ୨୨୦ ଟି ଦିନିକିଆରୁ ସେ ୫୩.୫ ହାରରେ ୯୫୭୭ ରନ କରିଛନ୍ତି। ଏଥିରେ  ୨୫ଟି ଶତକ ଓ ୫୩ଟି ଅର୍ଦ୍ଧଶତକ ସାମିଲ ଅଛି। ଟି-୨୦ରେ ମଧ୍ୟ ତାଙ୍କର ଜବରଦସ୍ତ ରେକର୍ଡ ରହିଛି।  ୭୮ଟି ଟି ୨୦ରୁ ଏହି ଖେଳାଳି ଜଣକ ୧୦ଟି ଅର୍ଦ୍ଧଶତକ ସହ  ୧୬୭୨ ରନ କରିଛନ୍ତି।  ନିକଟରେ ସେ  ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ  ପକ୍ଷରୁ ପ୍ରତିନିଧିତ୍ଵ କରୁଥିଲେ।  ୨୦୧୯ ବିଶ୍ଵ କପ ପୂର୍ବରୁ ଡିଭିଲିୟର୍ସ କ୍ରିକେଟରୁ ଅଚାନକ ଅବସର ନେବା ଦକ୍ଷିଣ ଆଫ୍ରିକାର ବିଶ୍ଵ କପ ମିଶନକୁ ଝଟକା ଲାଗିଛି। ସେ ଆଗାମୀ ବର୍ଷ ଇଂଲଣ୍ଡରେ ହେବାକୁ ଥିବା ବିଶ୍ଵ  କପରେ ଦଳ ପାଇଁ ଟ୍ରମ୍ପ କାର୍ଡ ଥିଲେ। ନିଜର ଭିଡିଓରେ ଏବି ଡିଭିଲିୟର୍ସ କହିଛନ୍ତି ଯେ ମୋର  ପାରି ପୁରା ହୋଇଛି ଏବଂ ସଚ୍ଚୋଟତାର ସହ କୁହେ ତ ମୁଁ ବହୁତ ଥକି ପଡିଲିଣି। ମୋ ପାଇଁ ଏହା ମୁସ୍କିଲ ନିର୍ଣ୍ଣୟ ଥିଲା। ଡିଭିଲିୟର୍ସ କହିଛନ୍ତି ନିକଟରେ ଆମେ ଭାରତ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ସିରିଜ୍ ଜିତିଛୁ ଏବଂ ଅନୁଭବ କରୁଛି ଯେ କ୍ରିକେଟ୍ ଛାଡ଼ିବାର ସମୟ ଆସି ଯାଇଛି।