ବଢ଼ୁଛି ଦୁର୍ଘଟଣା : ଚିନ୍ତାରେ ପ୍ରଶାସନ

0
373
accident
accident

ଭୁବନେଶ୍ୱର : ରାଜ୍ୟରେ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ୨୦୧୬ ମସିହାରେ ୧୦ ହଜାର ୫୩୨ଟି ଦୁର୍ଘଟଣା ଘଟିଥିବାବେଳେ୨୦୧୭ରେ ୧୦ ହଜାର ୮୫୫ଟି ମୋଟରଯାନ ଦୁର୍ଘଟଣା ହୋଇଥିଲା । ନିଶାଶକ୍ତ ହୋଇ ଗାଡି ଚଳାଇବା ସହ ବେପରୁଆ ଗାଡି ଚାଳନା ଯୋଗୁ ଅଧିକାଂଶ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁଘଟଣା ଯୋଗୁ କେବଳ ସମ୍ପତି ନଷ୍ଠ ହେଉନାହିଁ, ବରଂ ଅନେକ ଜୀବନ ଯାଉଛି । ଦୁର୍ଘଟଣା ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯିବା ସହ ସଚେତନତା କରାଯାଉଥିବା ଜଣେ ବିରିଷ୍ଠ ଅଧିକାରୀ କହିଛନ୍ତି ।

ରାଜ୍ୟ ପରିବହନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଭିନ୍ନ କାରଣ ପାଇଁ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଇଛି । ୨୦୦୫ ମସିହାରେ ସଡକ ଦୁର୍ଘଟଣାରେ ୭୫୯୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୩୧୨ ଜଣ ଗୁରୁତର ଆହତ ହୋଇଥିଲେ । ୫୮୬୪ ଜଣ ସାମାନ୍ୟ ଆହତ ହୋଇଥିବାବେଳେ ୧୭କୋଟି ୮୪ଲକ୍ଷ ୬୨ହଜାର ୪୮ ଟଙ୍କାର ସମ୍ପତି ନଷ୍ଟ ହୋଇଥିଲା । ୨୦୦୬ ମସିହାରେ ୭୭୨୯ଟି ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ୨୭୪୫ ଜଣ ପ୍ରାଣ ହରାଇଥିବାବେଳେ ୪୧୧୨ ଜଣ ଗୁରୁତର ଓ ୫୬୬୧ ଜଣ ସାମନ୍ୟ ଆହତ ହୋଇଥିବା ଜଣାପହିଛି । ଦୁର୍ଘଟଣା ଯୋଗୁ ସେହି ବର୍ଷ ୨୬ କୋଟି ୮୨ ଲକ୍ଷ ୭୭ ହଜାର ୬୨୭ ଟଙ୍କାର ସମ୍ପତି ନଷ୍ଟ ହୋଇଥିଲା ।

ସେହିପରି ୨୦୦୭ରେ ୮୨୧୪ଟି ସଡକ ଦୁର୍ଘଟଣାରେ ୩ ହଜାର ଜଣ ପ୍ରାଣ ହରାଇଥିଲେ । ତା’ଛଡା ୪୯୦୦ ଗୁରୁତର ଓ ୬୪୦୫ ଜଣ ସାମାନ୍ୟ ଆହତ ହୋଇଥିଲେ । ୨୭ କୋଟି ୩୧ଲକ୍ଷ ୪୩ ହଜାର୨୦୧ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ବିଭାଗ ସୂତ୍ରରୁ ପ୍ରକାଶ । ୨୦୦୮ ମସିହାରେ ପୂର୍ବ ବର୍ଷ ତୁଳନାରେ ଦୁର୍ଘଟଣା ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିଲେ ହେଁ ଜନହାନୀ ବୃଦ୍ଧି ପାଇଥିଲା । ସେହିବର୍ଷ ୮୧୮୪ଟି ଦୁର୍ଘଟଣାରେ ୩୦୭୯ ଲୋକ ପ୍ରାଣ ହରାଇଥିବାବେଳେ ୪୫୩୮ ଗୁରୁତର ଓ ୫୮୪୦ ସାମାନ୍ୟ ଆହତ ହୋଇଥିଲେ । ଦୁର୍ଘଟଣା ଜନିତ ୨୮କୋଟି୩୨ ଲକ୍ଷ ୫୦ ହଜାର ୫୧ ଟଙ୍କାର ସମ୍ପତି ନଷ୍ଟ ହୋଇଥିଲା । ୨୦୦୯ରେ ୮୮୯୨ଟି ଦୁର୍ଘଟଣାରେ ୩୫୨୭ ଜଣ ମୃତ୍ୟୁ ବରଣ କରିଥିଲେ । ସେଥିରେ ୪୫୮୯ ଗୁରୁତର ଓ ୬୭୦୭ ଜଣ ସାମାନ୍ୟ ଆହତ ହୋଇଥିବାବେଳେ ୧୦୯ କୋଟି ଏକ ଲକ୍ଷ ୭୦ ହଜାର ୭୨୧ ଟଙ୍କାର ସମ୍ପତ୍ତି କ୍ଷତିଗସ୍ତ ହୋଇଥିଲା ।

୨୦୧୦ରେ ୯୪୧୩ଟି ଦୁର୍ଘଟଣା ଯେ।।ଗୁ ୩୮୩୭ ଜଣ ପ୍ରାଣ ହରାଇଥିବାବେଳେ ୫୨୯୮ ଗୁରୁତର ଓ ୬୧୦୧ ସାମାନ୍ୟ ଆହତ ହୋଇଥିଲେ । ଦୁର୍ଘଟଣାଯୋଗୁ ୧୮କୋଟି ୫ଲକ୍ଷ ୭୮ହଜାର ୧୫୦ ଟଙ୍କାର ସମ୍ପତିି ନଷ୍ଟ ହୋଇଥିଲା । ସେହିପରି ୨୦୧୧ରେ ୯୩୯୮ ଦୁର୍ଘଟଣାରେ ୩୮୦୨ ଜଣ ମୃତ୍ୟୁ ବରଣ କରିଥିବାବେଳେ ୫୩୪୯ ଗୁରୁତର ଓ ୫୮୯୯ ସାମାନ୍ୟ ଆହତ ହୋଇଥିବା ପ୍ରକାଶ । ସେହିବର୍ଷ ଦୁର୍ଘଟଣାଜନିତ ୧୬କୋଟି ୬୦ଲକ୍ଷ ୨୧ହଜାର ୬୭୪ ଟଙ୍କାର ସମ୍ପତି ନଷ୍ଟ ହୋଇଥିଲା । ୨୦୧୨ରେ ଦୁର୍ଘଟଣା ସଂଖ୍ୟା ଥିଲା ୯୨୮୫ । ସେଥିରେ ୩୭୦୧ ଜଣଙ୍କ ଜୀବନ ଯାଇଥିବାବେଳେ ୫୨୬୦ ଗୁରୁତର ଓ ୫୪୫୫ ଜଣ ସାମାନ୍ୟ ଆହତ ହୋଇଥିଲେ । ଦୁର୍ଘଟଣାଜନିତ ୨୭ କୋଟି ୬୭ ଲକ୍ଷ ୩୪ ହଜାର ୬୦୪ ଟଙ୍କାର ସମ୍ପତି କ୍ଷତିଗସ୍ତ ହୋଇଥିଲା ।

୨୦୧୩ରେ ଦୁର୍ଘଟଣା ସଂଖ୍ୟ ପୂର୍ବ ବର୍ଷ ତୁଳନାରେ ବୃଦ୍ଧି ପାଇଥିଲା । ୯୬୮୦ ଦୁର୍ଘଟଣା ଘଟିଥିବାବେଳେ ୪୦୬୨ ଜଣ ପ୍ରାଣ ହରାଇଥିଲେ । ତା’ଛଡା ୫୫୮୫ ଗୁରୁତର ଆହତ ହୋଇଥିବାବେଳେ ୫୬୬୯ ଜଣ ସାମାନ୍ୟ ଆହତ ହୋଇଥିଲେ । ସେହି ବର୍ଷ ଦୁର୍ଘଟଣା ଯୋଗୁ ୫୬ କୋଟି ୧୮ଲକ୍ଷ ୭୭ ହଜାର ୩୫୫ ଟଙ୍କାର ସମ୍ପତିି ନଷ୍ଟ ହୋଇଥିଲା । ସେହିପରି ୨୦୧୪ ମସିହାରେ ୯୬୪୮ ଦୁର୍ଘଟଣାରେ ୩୯୩୧ ଜଣ ମୃତ୍ୟୁ ବରଣ କରିଥିବାବେଳେ ୫୬୬୭ ଗୁରୁତର ଓ ୫୪୨୦ ସାମାନ୍ୟ ଆହତ ହୋଇଥିଲେ । ଦୁର୍ଘଟଣା ଜନିତ କ୍ଷତି ହୋଇଥିଲା ୬୯ କୋଟି ୮୭ ଲକ୍ଷ ୭୬ ହଜାର ୧୯୨ ଟଙ୍କାର ସମ୍ପତି ।