ଭୁବନେଶ୍ୱର : ସ୍ତ୍ରୀ ଛାଡ଼ି ପଳାଇଲା । ପରେ ସେ ଜଣେ ମାନସିକ ବିକୃତ ହୋଇପଡ଼ିଲା । ଭୁବନେଶ୍ୱର ବିମାନବନ୍ଦରକୁ ଉଡାଇଦେବାକୁ ଧମକ ଦେଇଥିଲା । ଅଭିଯୁକ୍ତକୁ ଏୟାରଫିଲ୍ଟ ଥାନା ପୋଲିସ ଗିରଫ କରିଛି ।
ଗତକାଲି ଏକ ଅଜଣା ଫୋନରୁ ବିମାନବନ୍ଦର ଅଫିସ ଲ୍ୟାଣ୍ଡଲାଇନକୁ ବାରମ୍ବାର ଫୋନ୍ କରିଥିଲା । ମୁମ୍ବାଇକୁ ଗଂଜେଇ ଚାଲାଣ କରିବ ନ ହେଲେ ବିମାନ ବନ୍ଦର ଉଡ଼ାଇଦେବି ବୋଲି ଧମକ ଦେଉଥିଲା ବସନ୍ତ । ତେବେ ଫୋନ ପାଇବା ପରେ ବିମାନବନ୍ଦରରେ ହାଇଆଲର୍ଟ ଜାରି କରାଯାଇଥିଲା । ଏହା ସହିତ କଲ୍ କରିଥିବା ଅଭିଯୁକ୍ତକୁ ଧରିବାକୁ ଏୟାରଫିଲ୍ଟ ପୋଲିସ ଦ୍ୱାରା ଉଦ୍ୟମ ଜାରି ରଖାଯାଇଥିଲା । ତେବେ ଆଜି ତାକୁ ଗିରଫ କରାଯାଇଛି । ଅଭିଯୁକ୍ତ ବସନ୍ତ ପୃଷ୍ଟିଙ୍କୁ ଆଜି ଏୟାରଫିଲ୍ଟ ଥାନା ପୋଲିସ ନୟାଗଡ଼ରୁ ପୋଲିସ ଗିରଫ କରିଛି । ତାଙ୍କର ଘର ନୟାଗଡ଼ । ବସନ୍ତଙ୍କ ସ୍ତ୍ରୀ ଛାଡ଼ି ପଳାଇବା ପରେ ସେ ଜଣେ ମାନସିକ ବିକୃତ ହୋଇପଡ଼ିଥିବା ଜଣାପଡ଼ିଛି ।