ପ୍ରମୁଖ ନଦୀ ପାଶ୍ୱର୍ରେ ଆସନ୍ତା ବର୍ଷ ଠାରୁ ବନୀକରଣ କରାଯିବ : ମୁଖ୍ୟମନ୍ତ୍ରୀ

0
313
naveen patnaik
naveen patnaik
ଭୁବନେଶ୍ୱର : ବୌଦ୍ଧ, ସୁବର୍ଣ୍ଣପୁରରେ ସବୁଜ ମହାନଦୀ ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ। ରାଜ୍ୟର ସମସ୍ତ ପ୍ରମୁଖ ନଦୀ ଓ ଉପନଦୀର ଉଭୟ ପାଶ୍ୱର୍ରେ ଆସନ୍ତା ବର୍ଷ ଠାରୁ ପର୍ଯ୍ୟାୟ କ୍ରମେ ବନୀକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 ଓଡିଶାର ଜୀବନ ରେଖା ମହାନଦୀର ଜଳ ପ୍ରବାହକୁ ଅବ୍ୟାହତ ରଖିବା ପାଇଁ ସବୁଜ ମହାନଦୀ ମିଶନର ପରିକଳ୍ପନା କରାଯାଇଛି । ତେଣୁ ଚଳିତ ବର୍ଷ ଏହି ମିଶନ୍ ମାଧ୍ୟମରେ ମହାନଦୀ ଓ ଏହାର ଉପନଦୀ ତେଲ ଓ ଇବ୍ ଉପକୂଳ ଅଞ୍ଚଳରେ ଏକ ସବୁଜ ବଳୟ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ସୁବର୍ଣ୍ଣପୁରର ରୟାଲ ଫିଲ୍ଡ ଠାରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆୟୋଜିତ ସବୁଜ ମହାନଦୀ ରଥ ପଦାଯାତ୍ରାର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ସମସ୍ତ ପ୍ରମୁଖ ନଦୀ ଓ ଉପନଦୀର ଉଭୟ ପାଶ୍ୱର୍ରେ ଆସନ୍ତା ବର୍ଷ ଠାରୁ ପର୍ଯ୍ୟାୟ କ୍ରମେ ବନୀକରଣ କରାଯିବ। ୫ ବର୍ଷରେ ରାଜ୍ୟର ସବୁ ପ୍ରମୁଖ ନଦୀ ଗୁଡିକର ଉଭୟ ପାଶ୍ୱର୍ରେ ୪୧ ହଜାର ହେକ୍ଟର ଏବଂ ୫ ହଜାର କିମି ପଥପାଶ୍ୱର୍ରେ ପ୍ରାୟ ୫ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ୫ କୋଟିରୁ ଉଦ୍ଧ୍ୱର୍ ଚାରା ରୈାପଣ କରାଯିବ ।

ଏହାଦ୍ୱାରା ସବୁଜ ବଳୟ ସୃଷ୍ଟି ହେବ । ନଦୀ ଗୁଡିକ ସୁରକ୍ଷିତ ରହିବା ସହ ପରିବେଶ ସନ୍ତୁଳିତ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିପୂର୍ବରୁ ମୁଖ୍ୟମନ୍ତ୍ରୀ ବୌଦ୍ଧର ମନମୁଣ୍ଡା ବ୍ରିଜ୍ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଉତ୍ସବରେ ଯୋଗ ଦେଇ ବାଚସ୍ପତି ପ୍ରଦୀପ ଅମାତ,ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ .ଜଳସମ୍ପଦ ମନ୍ତ୍ରୀ ନିରଂଜନ ପୂଜାରୀ , ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ , କଳିକେଶ ନାରାୟଣ ସିଂହଦେଓ , ବିଧାୟକ ମହୀଧର ରଣା ଓ ପଦ୍ମନାଭ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।