ଭୁବନେଶ୍ୱର : ଗୁରୁବାର ଭୁବନେଶ୍ୱର ଇଡି କାର୍ଯ୍ୟାଳୟରୁ ୭ ଘଣ୍ଟା ପରେ ବାହାରିଲେ ସନାତନ। କୌଣସି ଦୁର୍ନୀତିରେ ମୁଁ ସମ୍ପୃକ୍ତ ନୁହେଁ ବୋଲି କହିଛନ୍ତି ସନାତନ।
ଦୀର୍ଘ ୭ ଘଣ୍ଟା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରୁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ବାହାରିଛନ୍ତି। ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ଇଡିର ଜେରା ନେଇ ସେ କହିଛନ୍ତି କିଛି ଜେରା ହୋଇନାହିଁ, କେବଳ ଯାହା କାଗଜପତ୍ର ଦେଖାଇଲି। ବ୍ୟାବସାୟିକ କାରବାର ସମ୍ପର୍କରେ ସମସ୍ତ ତଥ୍ୟ ଇଡିକୁ ଦେଇଛି। କୌଣସି ଦୁର୍ନୀତିରେ ମୁଁ ସମ୍ପୃକ୍ତ ନାହିଁ ଏବଂ ମୁଁ ଦୋଷୀ ନୁହେଁ ବୋଲି କହିଛନ୍ତି ସନାତନ।
ସୂଚନାଯୋଗ୍ୟ, ଗୁରୁବାର ଭୁବନେଶ୍ୱର ଇଡି କାର୍ଯ୍ୟାଳୟରେ ମାଇନ୍ସ ପରିବହନ ସମ୍ପର୍କରେ ସନାଙ୍କୁ ଇଡି ପଚରାଉଚରା କରୁଥିବା ସୂଚନା ମିଳିଥିଲା। ବିଧାୟକ ସନା ମହାକୁଡଙ୍କ ବଡବିଲ ଓ କେନ୍ଦୁଝରରେ ଦୁଇଟି ଟ୍ରାନ୍ସପୋର୍ଟ କମ୍ପାନୀ ରହିଛି। ଏହି ଟ୍ରାନ୍ସପୋର୍ଟ କମ୍ପାନୀର ଗାଡିରେ କେତେ ଖଣିଜ ପଦାର୍ଥ ପରିବହନ ହୋଇଛି ସେନେଇ ଇଡି ଖବର ପାଇବା ପରେ ଖଣି ଦୁର୍ନୀତିରେ ସନାତନଙ୍କ ସଂପୃକ୍ତି ନେଇ ତାଙ୍କୁ ନୋଟିସ କରିଥିଲା।