ଅଗ୍ନି-୫ର ପରୀକ୍ଷଣ : ଲକ୍ଷ୍ୟଭେଦ କ୍ଷମତା ୮ ହଜାର କିଲୋମିଟର

0
389
agni-5 missile
agni-5 missile
ଭଦ୍ରକ : ପରୀକ୍ଷଣ ହୋଇଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବାଲାଷ୍ଟିକ ମିସାଇଲ୍‌ ଅଗ୍ନି-୫।  ୫ ହଜାର ରୁ ୮ ହଜାର କିଲୋମିଟର ଦୂରକୁ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ରଖିଛି ଏହି କ୍ଷେପଣାସ୍ତ୍ର ।

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବାଲାଷ୍ଟିକ ମିସାଇଲ୍‌ ଅଗ୍ନି-୫ର ପରୀକ୍ଷଣ ହୋଇଛି । ସକାଳ ୯ଟା ୪୯ ମିନିଟ୍‌ରେ ଅଗ୍ନି-୫ର ବ୍ୟବହାରିକ ପରୀକ୍ଷଣ କରାଯାଇଛି । ଭଦ୍ରକ ଧାମରା ସ୍ଥିତ ଅବଦୁଲ କାଲାମ ଦ୍ୱୀପର ୪ ନମ୍ବର ଲଞ୍ଚପ୍ୟାଡ଼ରୁ ଏହାର ଉତକ୍ଷେପଣ କରାଯାଇଛି ।

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅଗ୍ନି-୫ କ୍ଷେପଣାସ୍ତ୍ର ଷ୍ଟ୍ରାଟେଜିକ କମାଣ୍ଡରେ ସୁପରିଚାଳିତ ହୋଇ ୫ ହଜାର ରୁ ୮ ହଜାର କିଲୋମିଟର ଦୂରକୁ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ରଖିଛି । ଏହି କ୍ଷେପଣାସ୍ତ୍ରର ପରୀକ୍ଷା ପରେ ଭାରତ ତା’ର ଅନ୍ୟ ପାରମ୍ପରିକ ଶତ୍ରୁ ଚୀନ ପ୍ରତି ବିପଦ ସୃଷ୍ଟି କରିବାର ସାହସ ରଖିଛି । ପ୍ରତିରକ୍ଷା ବିଭାଗର ଅଧିକାରୀମାନଙ୍କ କହିବା ଅନୁସାରେ ଅନ୍ତର୍ମହାଦେଶ ବାଲାଷ୍ଟିକ କ୍ଷେପଣାସ୍ତ୍ର ଡଙ୍ଗପେଙ୍ଗ-୫(କ)ର ଜବାବ ଦେବାକୁ ଭାରତ ଅଗ୍ନି-୫ କ୍ଷେପଣାସ୍ତ୍ର ସକ୍ଷମ ହୋଇପାରିବ । ପୂର୍ବରୁ ୫ଥର ଅଗ୍ନି-୫ର ସଫଳ ପରୀକ୍ଷଣ ହୋଇଛି ।