ଗୁଜୁରାଟ : ଭାରତୀୟ ବାୟୁ ସେନା ‘ଜାଗୁଆର’ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ ମତ୍ୟୁ ହୋଇଛି। ମୃତକ ଜଣକ ହେଲେ ଏୟାର କମାଣ୍ଡ ସଞ୍ଜୟ ଚୌହ୍ୱାନ ।
ଗୁଜୁରାଟ କଚ’ର ମୁଣ୍ଡ୍ରା ଠାରେ ଭାରତୀୟ ବାୟୁ ସେନା ‘ଜାଗୁଆର’ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରିପୋର୍ଟ ଅନୁସାରେ, ଏହି ବିମାନଟି ଜାମନଗର ଏୟାରବେସରୁ ଟ୍ରେନିଂ ପାଇଁ ଉଡାଣ ଭରିଥିବା ବେଳେ ଆଜି ସକାଳ ୧୦ଟା ୩୦ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାର କାରଣ ଜଣାପଡିନଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ କରାଯାଉଛି।