୨୦ରୁ ରାୟପୁରକୁ ବିମାନସେବା

0
535
air sevice bbsr to raipur
air sevice bbsr to raipur
ଭୁବନେଶ୍ୱର : ଏୟାର ଓଡିଶା ପକ୍ଷରୁ ୨୦ ତାରିଖରୁ ଭୁବନେଶ୍ୱରରୁ ରାୟପୁରକୁ ଆରମ୍ଭ ହେବ ବିମାନସେବା । ଏ ନେଇ ଡାଇରେକ୍ଟ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍ ପକ୍ଷରୁ ଅନୁମତି ମିଳିଛି ।

 ଆସନ୍ତା ଜୁନ୍ ୨୦ ତାରିଖରୁ ଭୁବନେଶ୍ୱରରୁ ରାୟପୁରକୁ ବିମାନସେବା ଆରମ୍ଭ ହେବ । ଏୟାର ଓଡିଶା ପକ୍ଷରୁ ଏହି ବିମାନ ସେବା ଆରମ୍ଭ କରାଯିବ । ଏହାଦ୍ୱାରା ମାତ୍ର ଦେଢ଼ ଘଣ୍ଟାରେ ଭୁବନେଶ୍ୱରରୁ ଜଣେ ଯାତ୍ରୀ ରାୟପୁର ପହଞ୍ଚିପାରିବ । ୨୦ ସିଟ୍ ବିଶିଷ୍ଟ ଏହି ବିମାନରେ ଯାତ୍ରୀଙ୍କ ସହ ଦୁଇଜଣ ପାଇଲଟ୍ ଓ ଜଣେ କ୍ୟାବିନ୍ କ୍ରୁ ମେମ୍ୱର ରହିବେ । ଭୁବନେଶ୍ୱରରୁ ରାୟପୁର ବିମାନ ରିଜିଓନାଲ୍ କନେକ୍ଟିଭିଟି ସ୍କିମ୍, ଆରସିଏସ୍ ରେ ସ୍ଥାନିତ ହୋଇ ନ ଥିବାରୁ ଜଣେ ଯାତ୍ରୀ ପିଛା ଟିକେଟ୍ ମୂଲ୍ୟ ୪ହଜାର ୫ଶହ ଟଙ୍କା ରହିଛି ।

ସୂଚନା ଅନୁଯାୟୀ, ଆସନ୍ତା ବୁଧବାର ଦିନ ବିଧିବଦ୍ଧ ଭାବେ ଏହାର ଉଦଘାଟନ ଭୁବନେଶ୍ୱର ବିମାନବନ୍ଦରରେ ହେବ । ଏ ନେଇ ଡାଇରେକ୍ଟ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍ ପକ୍ଷରୁ ଅନୁମତି ମିଳିଛି । ଏହି ବିମାନ ପ୍ରତ୍ୟେକ ଦିନ ସକାଳ ୬ଟା ୧୦ରେ ଭୁବନେଶ୍ୱରରୁ ବିମାନ ଉଡ଼ାଣ ଆରମ୍ଭ କରି ସକାଳ ୭ଟା ୪୦ରେ ରାୟପୁରରେ ପହଞ୍ଚିବ । ସେଠାରୁ ମଧ୍ୟାହ୍ନ ୧୨ଟା ୧୫ରୁ ବାହାରି ଅପରାହ୍ନ ଗୋଟାଏ ୪୦ରେ ଭୁବନେଶ୍ୱରରେ ପହଞ୍ଚିବ । ଏହାଦ୍ୱାରା ଭୁବନେଶ୍ୱର ବିମାନବନ୍ଦରର ମାନ୍ୟତା ଆଉ ଟିକିଏ ବଢ଼ିବ ବୋଲି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି । ସେହିପରି ଆସନ୍ତା ଏକମାସ ମଧ୍ୟରେ ଝାରସୁଗୁଡ଼ା ଓ ରାଉରକେଲା ବିମାନବନ୍ଦର ମଧ୍ୟ କାର୍ଯ୍ୟକ୍ଷମ ହେବ ବୋଲି ଆଶା ରଖାଯାଇଛି ।