ଏବେ ଐତିହାସିକ ବ୍ୟକ୍ତିତ୍ଵଙ୍କୁ ନେଇ ବହୁତ ଫିଲ୍ମ ପ୍ରସ୍ତୁତ ହେଉଛି । ଭାରତ ଇତିହାସର ଏକ ମହାନ ବିଚାରକ ଚାଣକ୍ୟଙ୍କ ଉପରେ ଫିଲ୍ମ ପ୍ରସ୍ତୁତ ହେବାକୁ ଯାଉଛି ଯେଉଁଥିରେ ଅଭିନେତା ଅଜୟ ଦେବଗନ ଚାଣକ୍ୟ ଭୂମିକାରେ ନଜର ଆସିବେ ବୋଲି ଚର୍ଚ୍ଚା ଜୋର ଧରିଛି।
ନିରଜ ପାଣ୍ଡେଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେବାକୁ ଯାଉଥିବା ଚାଣକ୍ୟ କେବେ ରିଲିଜ ହେବ ଏବଂ ଅଜୟଙ୍କ ବ୍ୟତୀତ ଅନ୍ୟ କେଉଁ କଳାକାର ଏହି ଫିଲ୍ମରେ ଅଭିନୟ କରିବେ ଏହି ବିଷୟରେ କୌଣସି ସୂଚନା ମିଳି ନାହିଁ । ନିକଟରେ ଅଜୟଙ୍କୁ ଆପଣମାନେ ରେଡ ଫିଲ୍ମରେ ଇନକମ ଟ୍ୟାକ୍ସ ଅଫିସର ଭୂମିକାରେ ଦେଖିଥିବେ । ଏବେ ସେ ବଡ ପରଦାରେ ଚାଣକ୍ୟ ଭୂମିକାରେ ଉପଦେଶ ଦେଉଥିବାର ଦେଖିବାକୁ ମିଳିବ ।
ସୂଚନା ମିଳିଛି ଯେ ଅକ୍ଷୟ କୁମାର ପୃଥ୍ୱୀରାଜ ଚୌହାନଙ୍କ ଭୂମିକାରେ ଥିବା ବେଳେ କଙ୍ଗନା ରନୌତ ମଣିକର୍ଣିକା ଦ କ୍ୱିନ ଅଫ ଝାନ୍ସିରେ ଲକ୍ଷ୍ମୀବାଇ ଭୁମିକାରେ ଦେଖିବାକୁ ମିଳିବେ । ବର୍ଷ ଆରମ୍ଭରୁ ରିଲିଜ ହୋଇଥିବା ପଦ୍ମାବତ ଫିଲ୍ମ ଚର୍ଚ୍ଚାରେ ଥିଲା ଏବେ ବଲିଉଡ ଇତିହାସ ନାୟକଙ୍କ ଉପରେ ଅଧିକ ଗୁରୁତ୍ଵ ଦେଉଥିବା ଦେଖାଯାଉଛି । ଏହା ମଧ୍ୟରେ ଏବେ ଚାଣକ୍ୟ ଉପରେ ଫିଲ୍ମ ପ୍ରସ୍ତୁତ ହେବାର ଖବର ସାମ୍ନାକୁ ଅସିଛି ।
ଭାରତ ଇତିହାସରେ ଚାଣକ୍ୟ ଏକମହତ୍ୱପୂର୍ଣ ବ୍ୟକ୍ତିତ୍ଵ ଯିଏକି ବିଦେଶୀ ଶାସକ ସିକନ୍ଦର ଆକ୍ରମଣଠାରୁ ଭାରତକୁ ରକ୍ଷା କରିଥିଲେ ଏବଂ ସାମାନ୍ୟ ବାଳକ ଚନ୍ଦ୍ରଗୁପ୍ତକୁ ଭାରତର ସମ୍ରାଟ କରିଥିଲେ । ଚାଣକ୍ୟଙ୍କ ଦ୍ୱାରା କୁହାଯାଇଥିବା କଥାର ଆଜି ବି ପ୍ରାସଙ୍ଗିକତା ରହିଛି ଏବଂ ତାଙ୍କର ଚାଣକ୍ୟ ନୀତି ଏବେବି ଦୁନିଆ ସାରା ଲୋକପ୍ରିୟ ହୋଇ ରହିଛି । ଏହି ମହାନ ପୁରୁଷଙ୍କ ଜୀବନ ଗାଥା ଏବେ ବଡ ପରଦାରେ ନଜର ଆସିବ । ଛୋଟ ପରଦାରେ ଚନ୍ଦ୍ର ପ୍ରକାଶ ଦ୍ୱିବେଦୀଙ୍କର ପୋଗ୍ରାମ କାଫି ଲୋକପ୍ରିୟ ଅର୍ଜନ କରିଥିଲା ।