ଭୁବନେଶ୍ୱର : ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆସନ୍ତାକାଲି ରାଜ୍ୟର ସମସ୍ତ ଅଙ୍ଗନୱାଡି ଛୁଟି ରହିବ । ସେହିପରି ବର୍ଷା ପାଇଁ କାଲି ଭୁବନେଶ୍ୱରର ସମସ୍ତ ସ୍କୁଲ ବନ୍ଦ ରହିବା ନେଇ ମଧ୍ୟ ସରକାର ଘୋଷଣା କରିଛନ୍ତି।
ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛୁଟି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଅନ୍ୟ ଜିଲ୍ଲାରେ ପିରିସ୍ଥିତି ଦେଖି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ସ୍କୁଲି ଛୁଟି କରାଯିବ କି ନେଇ ସେ ସମ୍ବନ୍ଧରେ ନିଷ୍ପତି ନେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।