ସମସ୍ତ ଦାନ ମନ୍ଦିରର : ଭକ୍ତଙ୍କଠାରୁ ସିଧାସଳଖ ଦାନ ନେଇ ପାରିବେନି ସେବାୟତ

0
376
sc
sc
ପୁରୀ  : ଭକ୍ତଙ୍କଠାରୁ ସିଧାସଳଖ ଦାନ କିମ୍ବା ଦକ୍ଷିଣା ନେଇ ପାରିବେନି ସେବାୟତ । ହୁଣ୍ଡିରେ ପଡୁଥିବା ସମସ୍ତ ଦାନ ମନ୍ଦିରର ସମ୍ପତି ଏବଂ ସେବାୟତଙ୍କର ନୁହେଁ ବୋଲି  ବୋଲି କହିଛନ୍ତି  ସୁପ୍ରିମକୋର୍ଟ  କୋର୍ଟ ।

ଏଣିକି ଶ୍ରୀ ମନ୍ଦିରରେ ଆଉ ଦେଖିବାକୁ ମିଳିବନି ସେବାୟତଙ୍କ ଦୌରାତ୍ମ୍ୟ । ଆଉ ଚାଲିବନି ମନମାନି  । ଏପରି କି ଭକ୍ତଙ୍କଠାରୁ ସିଧାସଳଖ ଦାନ କିମ୍ବା ଦକ୍ଷିଣା ନେଇ ପାରିବେନି ସେବାୟତ । ଏଭଳି କଡା ନିର୍ଦ୍ଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏହା ସହ ହୁଣ୍ଡିରେ ପଡୁଥିବା ସମସ୍ତ ଦାନ ମନ୍ଦିରର ସମ୍ପତି ଏବଂ ସେବାୟତଙ୍କର ନୁହେଁ ବୋଲି କଡା ଭାଷାରେ ତାଗିଦ କରିବା ସହ ଦାନ ଉପରେ ସେବାୟତଙ୍କର କୌଣସି ଅଧିକାର ନାହିଁ ବୋଲି କହିଛନ୍ତି ମାନ୍ୟବର କୋର୍ଟ ।

Jagannath-temple

ବାରମ୍ବାର ମନ୍ଦିର ଭିତରେ ଭକ୍ତଙ୍କୁ ସେବାୟତଙ୍କ ଦ୍ୱାରା ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗ ନେଇ ନିର୍ଦ୍ଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ । ମନ୍ଦିର ଭିତରେ ସିସିଟିଭି ଲଗାଇବା ସହ ନିୟମିତ ସିସିଟିଭି ଯାଂଚ୍ କରି ଜିଲ୍ଲା ଜଜଙ୍କୁ ଜଣାଇବା ପାଇଁ କୋର୍ଟ କହିଛନ୍ତି । ଏଥି ସହ ପରିଚାଳନାଗତ ତ୍ରୁଟି ଜଣାଇବାକୁ ମଧ୍ୟ ଜିଲ୍ଲା ଜଜଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏକ କମିଟି ଗଠନ କରି ଜୁନ ୩୦ ସୁଧା ରିପୋର୍ଟ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତୁରନ୍ତ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ସେବାୟତ, କର୍ମଚାରୀଙ୍କୁ କୌଣସି ଦାନ ଅର୍ଥ କିମ୍ବା ନୈବେଦ୍ୟ ନ ନେବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ । ଭକ୍ତମାନେ ଦାନ ସବାୟତଙ୍କୁ ନ ଦେଇ ସିଧା ହୁଣ୍ଡିରେ ପକାଇପାରିବେ ବୋଲି ପ୍ରଶାସନ ତରଫରୁ କୁହାଯାଇଛି । ଏହି ସମସ୍ତ ନିଷ୍ପତି ସମସ୍ତ ନିଯୋଗକୁ ନୋଟିସ୍ ଆକାରରେ ପଠାଯିବ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।