ଭୁବନେଶ୍ୱର : ୧୦୧ ବ୍ଲକରେ ପହଂଚିଛି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ । ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ୨୧୯୬୦ଟି ପ୍ରକଳ୍ପ ପାଇଁ ୫୪୭ କୋଟି ୭୪ ଲକ୍ଷ ୧୫ ହଜାର ୪ ଶହ ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । ଲୋକମାନଙ୍କ ଦ୍ୱାରା ଓ ଲୋକମାନଙ୍କ ପାଇଁ ଚାଲିଥିବା ଏହି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଗ୍ରମାଂଚଳର ଭିତିଭୂମୀକୁ ଆହୁରି ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆମ ଗାଁ ଅମା ବିକାଶ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଲୋକଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏ ଟଙ୍କା ଆପଣମାନଙ୍କର, ଓଡିଶାବସୀଙ୍କର । ଭଲ କାମ କରନ୍ତୁ ଓ ଶୀଘ୍ର କାମ କରନ୍ତୁ । ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ କହିଥିଲେ ଆପଣଙ୍କ ଗାଁ ୁନ୍ନତି ପାଇଁ ଆପଣମାନେ ପଠାଇଥିବା ପ୍ରସ୍ତବକୁ ମୁଁ ମଞ୍ଜୁର କରିଛି । ଆପଣମାନେ ଖୁସି ତ? ଏହାର ଉତରରେ ଏକ ସାଙ୍ଗରେ ଲୋକମାନେ ହଁ ଭରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସମସ୍ତେ ଅନନ୍ଦିତ ହୋଇଥିଲେ ।
LATEST ARTICLE
People celebrate zero night for new year-2020
Bhubaneswar : In the eve of new yea 2020, people celebrate zero night at different hotels, clubs and other spots. All hotels are prepared...