ଆମ ଗାଁ ଆମ ବିକାଶ’ : ୨୯.୫୦ କୋଟି ମଂଜୁର

0
475
cm naveen patnaik
cm naveen patnaik
ଭୁବନେଶ୍ୱର :   ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ବୁଧବାର ସମୁଦାୟ ୪ଟି ବ୍ଲକ୍ ର ୧୦୮ଟି ପଂଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୨୯.୫୦ କୋଟି ଟଙ୍କା ମଂଜୁର କରିଛନ୍ତି ।
ଚଳିତ ବର୍ଷ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ବୁଧବାର ଠାରୁ ବ୍ଲକ୍ ସ୍ତରରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମାଂଚଳର ଲୋକଙ୍କ ସହିତ ସିଧା ସଳଖ ଆଲୋଚନା ଜରିଆରେ ସେମାନେ ଆବଶ୍ୟକ କରୁଥିବା ପ୍ରକଳ୍ପ ଗୁଡିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ମଂଜୁର କରିଛନ୍ତି ।

ଜନସାଧାରଣଙ୍କ ପ୍ରସ୍ତାବ କ୍ରମେ ବୁଧବାର ଗଂଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ୍‌ର ୩୨ ଟି ପଂଚାୟତ ପାଇଁ ୮.୧୨ କୋଟି ଟଙ୍କା , କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ୍ ର ୧୫ ଟି ପଂଚାୟତ ପାଇଁ ୪.୩୮ କୋଟି ଟଙ୍କା , ଭଦ୍ରକ ଜିଲ୍ଲାର ଚାନ୍ଦସବାଲି ବ୍ଲକ୍ ର ୩୬ ଟି ପଂଚାୟତ ପାଇଁ ୯ କୋଟି ଟଙ୍କା ଏବଂ ଯାଜପୁର ଜିଲ୍ଲାର ସଦର ବ୍ଲକ୍ ର ୨୫ଟି ପଂଚାୟତ ପାଇଁ ୮ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଂଜୁର କରିଛନ୍ତି । ଏହିପରି ସମୁଦାୟ ୪ଟି ବ୍ଲକ୍ ର ୧୦୮ଟି ପଂଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୨୯.୫୦ କୋଟି ଟଙ୍କା ମଂଜୁର କରିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ବ୍ଲକ୍ ସ୍ତରରେ ଥିବା ପ୍ରତିନିଧି ମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଓଡିଶାକୁ ଏକ ନମ୍ବର କରିବା ପାଇଁ ଗାଁର ବିକାଶ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟର ବିକାଶ ପାଇଁ ସେ ସବୁବେଳେ ଥ୍ରୀ ଟି ବା ଟ୍ରାନ୍ସପରେନ୍ସି , ଟିମ୍ ୱାର୍କ ଓ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି । ଟେକ୍ନୋଲୋଜି ବା ପ୍ରଯୁକ୍ତି ବିଦ୍ୟା ଦ୍ୱାରା ଯେ ଗାଁ ଲୋକଙ୍କ ପାଖରେ ପହଂଚି ପାରୁଥିବା ବେଳେ ଗାଁର ବିକାଶ ପାଇଁ ସବୁ ଲୋକ ଗୋଟିଏ ଜାଗାରେ ଏକାଠି ହେବା ହେଉଛି ଟିମ୍ ୱାର୍କର ପ୍ରତୀକ । ଆଗରୁ ଗାଁକୁ ଆସୁଥିବର ଟଙ୍କା ବିଷୟରେ ମାତ୍ର ୪/୫ ଜଣ ଲୋକ ଜାଣିପାରୁଥିବା ବେଳେ ଏବେ ମଂଜୁର ହେଉଥିବା ସବୁ ପ୍ରକଳ୍ପକୁ ହଜାର ହଜାର ଲୋକ ଏକ ସମୟରେ ଜାଣି ପାରୁଛନ୍ତି । ଏହା ହେଉଛି ଟ୍ରାନ୍ସପରେନ୍ସି ବା ସ୍ୱଚ୍ଛତାର ପ୍ରତୀକ । ତେଣୁ ଏହି କାର୍ଯ୍ୟକ୍ରମ ଥ୍ରୀ ଟି ମନ୍ତ୍ରର ଶ୍ରେଷ୍ଠ ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଗାଁର ବିକାଶ ପାଇଁ ସମନ୍ତେ ଥ୍ରୀ-ଡି ବା ଡେଡିକେସନ୍ (ଉତ୍ସର୍ଗୀକୃତ ମନୋଭାବ) , ଡିଟରମିନେସନ୍ (ସଂକଳ୍ପ) ଓ ଡିଭୋସନ୍ (ନିଷ୍ଠା) ସହ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଡେଭଲପମେଂଟ ଓ ଡେଲିଭରୀ ବା ବିକାଶ ଓ ସେବା ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ୍ । ଏହାଦ୍ୱାରା ବିକାଶ ତ୍ୱରାନ୍ୱିତ ହୋଇପାରିବ ଏବଂ ଓଡିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ଏାଂ ହବ ଏକ ଶକ୍ତିଶାଳୀ ଅସ୍ତ୍ର ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।