ବିଜେଡିରେ ମିଶିଲେ ଅମର ପଟ୍ଟନାୟକ

0
452
amar patnaik-joined bjd
amar patnaik-joined bjd

ଭୁବନେଶ୍ୱର  :  ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ (ଏଜି) ଅମର ପଟ୍ଟନାୟକ । ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଆଜି  ତାଙ୍କୁ ଦଳରେ ସ୍ୱାଗତ କରି କହିଛନ୍ତି ଯେ, ତାଙ୍କର ମିଶ୍ରଣ ଦ୍ୱାରା ଦଳ ଅଧିକ ସୁଦୃଢ଼ ହେବ।ଅମରଙ୍କର ବହୁ ରାଜ୍ୟରେ କାମ କରିବାର ଅଭିଜ୍ଞତା ରହିଛି।

ସେ ବିଜେଡିର ‘ଆଇଟି ୱିଙ୍ଗ୍’ ମୁଖ୍ୟ ଭାବେ କାମ କରିବେ। ତେବେ ମାତ୍ର ୩ବର୍ଷ ପୂର୍ବ ପର୍ଯ୍ୟନ୍ତ ବିଜେଡି ସରକାରର ବିଭିନ୍ନ ଦୋଷତ୍ରୁଟି ଓ କଳା କାରନାମାକୁ ପଦାରେ ପକାଇଥିବା ଅମରଙ୍କୁ ଏହା ବିଜେଡିର ପୁରସ୍କାର ନା ବାଧ୍ୟବାଧକତା ତାକୁ ନେଇ ଜୋର୍‌ଦାର୍ ଚର୍ଚ୍ଚା ହେଉଛି।

ଅପରପକ୍ଷରେ ଅମର କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ପ୍ରତି ଆସ୍ଥା ଓ ପ୍ରତିବଦ୍ଧତା ଦ୍ୱାରା ଓଡ଼ିଶା ଏକ ନମ୍ବର ରାଜ୍ୟ ହୋଇପାରିବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି। ଦୀର୍ଘବର୍ଷ ଧରି ବିଜୁ ପଟ୍ଟନାୟକ ସହ ଥିବାବେଳେ ତାଙ୍କର ପ୍ରେରଣା ପାଇଛି। ଆଇଟି କ୍ଷେତ୍ରରେ ଅନେକ ଅଭିଜ୍ଞତା ରହିଛି। ତେଣୁ ଦଳ ପାଇଁ ତାକୁ ଉପଯୋଗ କରିବେ ବୋଲି ଅମର କହିଛନ୍ତି।

 

ପୂର୍ବରୁ ତାଙ୍କୁ ରାଜ୍ୟସଭା ଟିକେଟ୍ ଦେବାର ପ୍ରତିଶ୍ରୁତି ଦେଇ ବିଜେଡି ଶେଷମୁହୂର୍ତ୍ତରେ ଓହରି ଯାଇଥିଲା। ତେବେ ଦଳ ପକ୍ଷରୁ ତାଙ୍କୁ ଭୁବନେଶ୍ୱର କିମ୍ବା କେନ୍ଦ୍ରାପଡ଼ାରୁ ସାଂସଦ ପ୍ରାର୍ଥୀ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ସିଏ ବିଜେଡିରେ ସାମିଲ ହୋଇଥିବା ଚର୍ଚ୍ଚା।